ଖଳର କୁବାକ୍ୟ
ସହିବାର ଶକ୍ତି ଦିଅ,
ହେ ପ୍ରଭୁ।
ଶକ୍ତି ଦିଅ, ଆଉ
ଦିଅ ଉପାୟ,
ରହସ୍ଯମୟର
କବ୍ଜାରୁ ବାହାରିବାର।
କିଛି ଆଉ ନ ଦେବ
ଯଦି ନ ଦିଅ, ହେ ପ୍ରଭୁ,
କିନ୍ତୁ ବତାଇଦିଅ
ଯେମିତି ଜଣାଯିବ ସତ ।
ପ୍ରବଳ ବନ୍ଯା ବାତ୍ଯାରେ
ସିଧା ଠିଆ ରହିବାର
କଳା ଶିଖାଇ ଦିଅ, ହେ ପ୍ରଭୁ,
କହିଦିଅ କାନେ କାନେ
କେମିତି ଜିଣି ହୁଏ
ପ୍ରେମରେ ସବୁ।
କାଟ ଖାଏ ନା କିଛି ଏଠି,
ଅହୋରାତ୍ର ଜଗି ରହେଁ ମୁଁ
ନୂଆ ଶବ୍ଦ ଗୋଟିଏ ପାଇଁ
ଥାଏ ଯାହା ଖଳର ପାଟିରେ ପୁଣି।
This poem has not been translated into any other language yet.
I would like to translate this poem