କବିଟିଏ ସେଇଠି ସଭିଙ୍କ ଭିତରେ A Poet Is There In All Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବିଟିଏ ସେଇଠି ସଭିଙ୍କ ଭିତରେ A Poet Is There In All

Rating: 5.0

କବି
ଗଜାନନ ମିଶ୍ର

କବି,
ମୁଣ୍ଡପୂରେଇବ ସବୁଥି।
ଭଲକୁ କହିବ ଭଲ,
ଆଉ ମନ୍ଦକୁ ମନ୍ଦ
କଟିଗଲେ କଟିଯାଉ ମୁଣ୍ଡ।

କବି ପାଖରେ
ସମାନ ସମସ୍ତେ
ଶତ୍ରୁମିତ୍ର ।
କବି ଖାତିର କରେ ନା
ପାପପୁଣ୍ୟ ।

କବିକୁ ଆଡେଇ
ଆଗକୁ ପାରିବ ନି ଯାଇ।
କବି ଉର୍ଦ୍ଧ୍ବରେ
ସୂର୍ଯ୍ୟଠୁ ବି।

କବି ତ କବି,
ଛନ୍ଦକପଟ
ମାୟାଛାୟା
ନାଇଁ କିଛି
କବିଠି।

କବି ସହିତ ଲାଗିଲେ
ନାଇଁ ତୁମର ମୁକ୍ତି।
କବି ତୁମ ଭିତରେ
ନିରପେକ୍ଷ ସାକ୍ଷୀ।

ପଚାର ନା ଆଉ କିଛି,
ସମଝି ଯାଅ, ସଳଖି ଥାଅ
ଯୋଉଠି ଯେମିତି ଅଛ
ସେଇଠି ସେମିତି।
କବିର ଦୃଶ୍ୟ ଭିତରେ
ରହିବ ଇ ରହିବ ତୁମେ
ଆଉ ତୁମଠି ରହିଛି
ଆଉ ରହିବ ବି
କବିର ଦୃଷ୍ଟି ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
1/7/2019

POET'S NOTES ABOUT THE POEM
A poet is everything, more than the sun. Inside all a poet is there As a primary witness of each and every action.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success