ରାବଣ
ଗଜାନନ ମିଶ୍ର
1
ମୂର୍ଖକୁ ବାଟରେ
ହେବ ପଛେ ପକାଇ,
ପଣ୍ଡିତ-ମୂର୍ଖକୁ ଜମାରୁ ନୁହେଁ ।
ଏମିତି ବି ଦଶଦଶ ମୁଣ୍ଡକୁ
କାଟୁଥିବ କେତେ?
ନାଭିନାଡକୁ ଠଉର କରିବା ବି
ସହଜ ନୁହଁ।
କାହା ସହିତ କେବେ
କୋଉଠିକି ଯାଇ
କରେ କଣ ଜାଣିବାର ଶକ୍ତି
କି ଇଚ୍ଛା କେଉଁଠୁ ପାଇବ
ଆମ ତୁମ ଭଳି ଲୋକ
ଯିଏ ସାଧାରଣ!
କିନ୍ତୁ ସମୟ ପାଖରେ?
ସମୟ ନେଇ
ଦେଖେଇଦେବ କୋଉ କୋଣ
ସେଇଟା ଇ ନ୍ୟାୟପୂର୍ଣ,
ସେଇଟା ଇ ସତ୍ୟ,
ସେଇଟା ଇ କାର୍ଯ୍ୟ କାରଣ
ସେଥିରେ ସବୁ ମଙ୍ଗଳ ଲିଖନ।
2
ଏମିତି ବି
କାହାର କି ସୁବର୍ଣ୍ଣ ଲଙ୍କା!
ଲୁଟପାଟ ଅନ୍ୟାୟ ଅତ୍ୟାଚାର
ଆଉ ଅହଂର ସମାହାର ସ୍ଥଳ,
ଲଙ୍କାକୁ କରିଛି କିଏ?
ସବୁ ସୁନ୍ଦରତାର ନଷ୍ଟକାରୀ
ଆଉ କିଏ?
ଅନ୍ୟ ଉପରେ ସବୁ ଦୋଷ
ଲଦି ଦେଇ ଖସିଯିବାର
ବାହାନା ଚାଲନ୍ତା ଆଉ କେତେ?
ସତ୍ୟ ଆଉ ମଙ୍ଗଳ ସଦା
ଚାହୁଁଥିବା ପାଖ ଲୋକକୁ
ତଡିବା, ମାରିବା ବିଦ୍ୟା
କାହାକୁ ଆଉ ଜଣା?
ନିପାତ ହୋଇଯାଏ
ଏଡେବଡ ବଂଶ
ସତ୍ଯକୁ କରିନେବାରୁ
ଅପହରଣ, ମାଟିରୁ ପୁଣି
ସତ୍ୟ ସମାନତାର ହୁଏ
ଜନ୍ମ, ଦୂରେଇ ରହେ ମରଣ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
2/6/2019
This poem has not been translated into any other language yet.
I would like to translate this poem