ପୁଣି ମାଟିକୁ Again Towards Earth Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପୁଣି ମାଟିକୁ Again Towards Earth

Rating: 5.0

ପୁଣି ମାଟିକୁ
ଗଜାନନ ମିଶ୍ର

ପୁଣି ମାଟିକୁ
ମାଟି କହିବାକୁ
ଏତେ ବିଳମ୍ବ ।

ଟଙ୍କ ମିସ୍ତ୍ରୀ
ଠିକ୍ କହିଲା
ଆମେ ଚାଲିଲେ ଇ
ରାସ୍ତା ହେବ।

ଏ ଯାଏ
ପ୍ରସ୍ତୁତ ହୋଇ ପାରିଲା ନି
ବଲି ପାଉଁଶ,
ସେନଟ୍ରିଂ ହେବ,
ଛାତ ପଡିବ,
ଏତେ ବିଳମ୍ବ ।

ହେଉ,
ଯେବେ ହେଉଛି।
ନ ହେବାର ଥିଲେ
କେମିତି କଣ ହେବ?

ଗଲେଣି ଘେରେ ବୁଲି
କବି ଅରୂପାନନ୍ଦ ।
ମିଳିଛି କି ନ ମିଳିଛି କଣ
କିଏ ଜାଣିଛି ତପୋବନରେ
ଚିନ୍ତା ଚେତନାର ହାତଗୋଡ।

ଯୋଉଠି ଯାହା ରହିଛି
ଅଶାନ୍ତିର କାରଣ
ଯେ କୌଣସି ଭାବରେ
ତଡିବାକୁ ହେବ।

ଛନ୍ଦକପଟ ମାୟାଜାଲ
ବାସ୍ତବ କି ଅବାସ୍ତବ
ପରଖିବାକୁ ବି
ଆବଶ୍ୟକ ଧୈର୍ଯ୍ଯ ।

ଶୂନ୍ଯସ୍ଥାନ ପୂରଣକର,
ହୁଳହୁଳିରେ ଯଦି
ଘରବାଡି କଂପେଇବାର ଅଛି
ମନା ନାଇଁ କଂପେଇପାର।

ଲୌକିକ ଅଲୌକିକ
ସବୁ ତୁମର।
ଆକାଶ ମାଟିର
ଇୟେ ମିଳନ କ୍ଷେତ୍ର।

ଡେଣା ସଜାଡ,
ଉଡିବାର ଅଛି ଯଦି
ମନା ନାଇଁ, ଉଡ।
ଦୂରତ୍ୱ ମାପିଲେ ବି,
କୁହ ନା, କେବଳ
ଏଇଟା ଇ ସତ୍ଯ ।

ଜୁଆଙ୍ଗ ଦେଖୁ ଦେଖୁ
ସ୍ୱପ୍ନ ଗଲାଣି
ଆଉ କୋଉଠିକୁ।
ଶବ୍ଦସବୁ ପୁଣି
ଫେରି ଆସିଛି ମାଟିକୁ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
15/7/2019

Monday, July 15, 2019
Topic(s) of this poem: earth
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success