ସାରା ଦିନ ରାଜାall Day The King Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସାରା ଦିନ ରାଜାall Day The King

Rating: 5.0

ଠିଆ ହୁଅ ହାତ ଯୋଡି,
ରାଜା ବାଣ୍ଟିବେ ପଡି।

ରାଜା ଆମର ବହୁତ ଭଲ,
କୁହ ଯାହା ପାରୁଛ, ରାଜା ଗୋଜା
ବୁଝିଲେ ପୂରି ଉଠିବ
ତୁମ ବଗିଚାର ଫଳ ଫୁଲ।

ଦେଖାଅ ଟିକିଏ ଆଖି ମୁହଁ,
ପଚାରିବା ଆଗରୁ ଦିଅ କହି
ନାମ ଗ୍ରାମ, ଠିଆ ହୋଇ ସେଇ
ଦିଗରେ ଯୋଉଟା ବାମ।

ଏଇଟା ରାଜାଙ୍କ ଆସ୍ଥାନ,
ରାଜା ଯେବେ ଧରାଇବେ ଶଙ୍ଖ,
ମନେରଖ, ହରିବୋଲ ହୁଳହୁଳି ଦେଇ
ବର୍ଷା କରିବ ଫୁଲ ଚନ୍ଦନ।

ଆଉ ପାଖକୁ ଯାଉଛ କି ରାଜାଙ୍କର?
କଣ କହିବ କୋଉ ଭାଷାରେ
ମାନସିକ ସ୍ତରରେ ପ୍ରସ୍ତୁତ ହୋଇଥାଅ।

ହେଇ, ଆସୁଛନ୍ତି ରାଜା, ସଫେଦ ଧଳା
ଗୋଡରୁ ମୁଣ୍ଡ, ପାଚିଲା ପାତଳଘଣ୍ଟା ମୁହଁ,
ପଚାରିବେ କଣ କାମ? ଆଉ ଆଉ
କହିବେ କଣ କଣ, ଧରିବ ନି କଥା,
ଯିବ ଭୁଲି, ଯେମିତି ଦଲକାଏ ପବନ।

ରାଜା, କରନ୍ତି ଆଖଡା?
ସାରା ଦିନ ରାଜା ଛିଡା,
ଆଉ ଗଣତିରେ ବ୍ୟସ୍ତ ନୋଟ
ବିଡାକୁ ବିଡା।

Tuesday, July 31, 2018
Topic(s) of this poem: life
POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success