1
ନାଇଁ କିଛି
କହିବି କେମିତି?
ସବୁ ସବୁ ଆକାଶରେ
ନିରବତାର ଛତ୍ରଛାୟାରେ।
ଫରକ ନାଇଁ
ଦିଶୁ ନ ଦିଶୁ।
2
ପଛରେ ଆଗରେ
ବାହାରେ ଭିତରେ
ପବନ ପବନ।
ପବନ ଖେଳ
ରୋମାଂଚକର।
ରାତିରେ ଆଉ ଦିନରେ
ସବୁବେଳେ ଖେଳରେ ଭୋଳ
ପାଣି, ଉପରୁ ତଳ
ତଳୁ ଉପର।
ଦିଶୁଛି କେତେବେଳେ
ଦିଶୁ ନି ବି
ଆଉ କେତେବେଳେ।
ଆଲୋକ ନ ଅଛି, ନାଇଁ।
ତଳେ, ମାଟିରେ
ଅଛି ଯାହା
ଉପରେ, ଆକାଶରେ
ସେମିତି ତାହା।
ଆଉ ଏଠି ମୁଁ
ପ୍ରତିଟି ଶବ୍ଦରେ
ମାପୁଛି ଘଡଘଡି
ବିଜୁଳିର ଗତି
ଯୋଉଟାକୁ ଆଶ୍ରା କରି
ରହି ହୋଇଯିବ ବେଳ
ଆଉ କିଛି।
This poem has not been translated into any other language yet.
I would like to translate this poem