1.
ଆଏଜ ଜଗା ଆରୁ ବଲିଆର ଦିନ,
ଦୁହିଝନକର ଭିତରୁ କିଏ ଗୁରଦୁ ଖୁସ୍
ଜାନବାରଟା ମୁସ୍କିଲ।
ହସବାରଟା ହସୁଛେ ଜଗା ମୁଲମୁଲ୍।
ବଲିଆ ହସୁଛେ କି କାଁଦୁଛେ
ନେଇଁ ପାରବାର ଜାନି କିହେ।
ଶିକାରୀର ଶରେ ଜଉଛେ ଜଗା,
ସାପର ଲେଂଜେ ଜଉଛେ ବଲିଆ।
ଯିବାରଟା ସତ୍, ରହେବାରଟା ନେଇଁସେ।
କିଏ ଗଲା କେନ୍ତାକରି କେତେବେଲେ
ହେତାରଉପରେ କହିବସଲେ ନେଇଁ ସରେ ଦିନ ।
ଆଏଜ ଜଗା ଆରୁ ବଲିଆର ଦିନ,
ଗହଗହ ଗାଁ ଖୁଇଲ।ଶତରୁର ଛାତିରେ
ପଶୁଛେ ସଲ, ହଉଛେ ହେଟା କଲବଲ।
ଜଗା ଦେଖୁଛେ ଜଗା ଜାନୁଛେ ଜଗା ବୁଝୁଛେ,
ବଲିଆର କଥା ନେଇଁ କହେ ନ, କହେଲେ କହେବ
କାଁ ହେଲା ଯେ ଏତକି ସେତକି କହୁଛ ଲେଖୁଛ
ସଭେ ସଭୁ ଜାନୁଛନ୍,
ସଭେ ତାକର କଲା କରମ ଭୁଗୁଛନ୍,
ଅଁଧାର ଭିତରକେ ଆମର ଯିବାର ନେଇଁ ନ।
2.
ମୋର କବିତାକେ ନେଇକରି
କବିତା ନେଇଁ ପଢଲା ଲୋକ ଭି
ଖୁଜିନୁରି କରି ପଢୁଛନ୍ ଇହେଛିନି
ଆରୁ ଦେଖୁଛନ୍ କେଁ କେଁଟା ଅଛେ
କି ନେଇଅଛେ ହେତାକର ବିଷୈଥି।
ମୋର କବିତା ସିଧାସଲଖ ଜଉଛେ
ପଶି ଆମ ଜନତା ଭିତରକେ,
ଆରୁ ମତେ ଗୁଲମଲିଆମାନକର
ହୁଡାକୁଦା ଭି ପଡୁଛେ ଶୁନବାରକେ।
ଗୁଟେ ଜରାସଁଧ ଜେନ୍ତା ଥରକେ ଥର
ଦୁର୍ଜନମାନକୁ ଠୁଲେଇକରି ଚଢଉକରୁଥିଲା
ଉଗରସେନର ମଥୁରାରେ ଥିବା
କୁରୁଷନର ଉପରକେ,
ହେନ୍ତା ଚଢଉର ଶିକାର ହଉଥିଲେ ଭି
ମତେ ଉସତ୍ ଲାଗୁଛେ କୁତକୁତା ଲାଗୁଛେ।
ଲାଗୁଛେ ଇଥିରଲାଗି ଯେ
କବିତାର ହଉଛେ ଜଏ ଜଏ।
କବିତା ସତ୍ ଆଏ,
କବିତା ଜୀବନ ଆଏ,
କବିତା ଉଜାଲା ଆଏ,
କବିତା ଧରମ ଆଏ,
କବିତା କରମ ଭି ଆଏ।
ଆଏଜ ନେଇଁ ହେଲେ ଭି କାଏଲ
ସଭେ ମାନବେ,
ମାନବାରକାଜେ ହେବେ ବାଧ୍ୟ।
କବିତା ତ ବାଁଧି ରଖିଛେ ସଭକୁ।
କବିତା ଛଡା ଆରୁ କିଏ ଭାବିପାରବା କାଏଁ କାଣା?
ସଭେ ଯିବେ,
ଥିବା କବିତା।
ଥିବା କବିତା ସଭକେ
ସଦବୁଦ୍ଧି ଦେବାରକାଜେ,
ମୁନୁଷବାଗିର ମୁନୁଷଟେ
ବନାବାରକାଜେ।
3.
ମୁଇଁ ଜେନଟା କହୁଛେଁ
ମୁଇଁ ଜେନଟା ଲେଖୁଛେଁ
ତୁଇ କହୁଛୁ
ହେଟା ମତେ କହୁଛୁ
ହେଟା ମତେ ଲେଖୁଛୁ।
ତୋର କହେଲାଟା ଜଦରବି
ସତ୍ ବଲି କେନ ଭାବବା
ସଫଲ ହେଇଗଲା
ମୋର କଥା କହେବାରଟା
ମୋର କବିତା ଲେଖବାରଟା।
କାଁଜେ ବଏଲେ ଇ କବିତାର ଭିତରେ
ଏନ୍ତା ଭରିହେଇଛେ କାଣା କାଣା
ଜେନଟା ପାରୁଛେ ଚହଲେଇ
ଶତ୍ରୁ କେ ଜେନ୍ତା ମିତ୍ର କେ ଭି ହେନ୍ତା।
This poem has not been translated into any other language yet.
I would like to translate this poem
very difficult to lead a poet's life. The life of a poet is always in fire.