ନୂଆ ନୂଆ ସବୁ
ଗଜାନନ ମିଶ୍ର
ଲାଗୁଛି ତ
ନୂଆ ନୂଆ ସବୁ
ଏଇ ଆଜିର
ସୂର୍ଯ୍ୟୋଦୟଠୁ
ଆରମ୍ଭ ଏଇଟା।
ଶେଷ ନାଇଁ
ଶୋଭାର
ଶେଷ ନାଇଁ
କହିବାର।
ବୁଝିବା କି
ନ ବୁଝିବା ଭିତରେ
ଫରକ ନାଇଁ।
ଯାହାର ଯାହା ଧାରଣା
ସେଇଥିରେ ଇ ଅଗ୍ରଗତି।
ଯୋଉଥିରୁ ଯାହା
ହେଉ ନ ହେଉ
ଅଂଶ ହୋଇ
ରହିବା ଥୟ
ନାଇଁ ଯଦିଓ ପ୍ରଶ୍ନ
ଭାଗବଣ୍ଟାର।
ତପୋବନ,ଟିଟିଲାଗଡ, ବଲାଙ୍ଗୀର
25/03/2020
This poem has not been translated into any other language yet.
I would like to translate this poem