ଏମିତି କିଛି କଲ,
ଆଶ୍ଚର୍ଯ୍ୟଜନକ ଭାବରେ
ମାରିଲା ବିଜୁଳି, ଅବଶ୍ୟ
କେହି ମୃତାହତ ହେଲେ ନି।
ମୃତାହତ ହେଲେ ନି ସିନା,
ବଦଳିଗଲା ଦିଗ ଆଉ
ବଦଲିଗଲା ରାସ୍ତା।
ରାସ୍ତାରେ ଆଉ
ଭେଟଘାଟ ହେଲା ନି
କାହା ସହିତ କାହାର,
ଆଉ ଭେଟଘାଟ ହେଲେ ବି
କୌଣସି ଶବ୍ଦର ଆଦାନପ୍ରଦାନ
ହେଲା ନି, ଆଉ ରାଜୁତି
ଚାଲିଲା ନୀରବତାର।
ନୀରବତା ଭିତରେ
ଏତେ ରାଗ ଏତେ କୋହ
ଏତେ ଅନୁରାଗ ଭୟ
କଲା ପୁଣି ଆଶ୍ଚର୍ଯ୍ୟ।
ଜାଣିଥିଲେ ସଭିଏଁ
ଯେତେ ଯୁଆଡେ ଯିଏ ଗଲେ ବି
ଏକା ସବୁ ଲକ୍ଷ୍ୟ
ଆଉ ଉଦ୍ଦେଶ୍ୟ।
ନାଚୁଥିଲେ ହସୁଥିଲେ
ଯେ ଯୋଉଠି ମନ ଥାଉ ନ ଥାଉ,
ଆଉ କହୁଥିଲେ କଣ କଣ
ନିଜକୁ ନିଜେ ଅର୍ଥକୁ
ବେଖାତିର କରି ।
ମାଟିସାରା ବୋଳିବାକୁ ରଙ୍ଗ
କରୁଥିଲେ ଚେଷ୍ଟା,
ଖୋଜୁଥିଲେ କଣ କଣ
ଆଉ ଖୋଜୁଥିଲେ କାହିଁକି
ନ କହୁଥିଲେ ବି
ହେଉଥିଲା ବାରି ସ୍ପଷ୍ଟ।
ଏମିତି କିଛି ହେଲା
ହେବାରଥିଲା କି ହେବାର ନ ଥିଲା
ଆଲୋଚନା ଅବଶ୍ୟ ଚାଲିଲା,
ସତର୍କ ରହିବା ଲୋକ ବି
ରହିଲେ ସତର୍କ,
କିନ୍ତୁ ଯାହା ଯେମିତି
ଚାଲିବା କଥା ଚାଲିଲା,
ଆଉ ଯିଏ ଯାହା କରିବାକଥା
କରି କରି ଗଲେ।
This poem has not been translated into any other language yet.
I would like to translate this poem