ସବୁ ଧର୍ମ ସବୁ କର୍ମ All Religion All Action Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସବୁ ଧର୍ମ ସବୁ କର୍ମ All Religion All Action

Rating: 5.0

ମୁଠାଏ ଅନ୍ନ
ଗଜାନନ ମିଶ୍ର

1

ଦିଅ, ଦିଅ ଅନ୍ନ ମୁଠାଏ,
ଅନ୍ନରୁ ଗଢିବି ଶରୀର
ଶରୀର ମାଧ୍ୟମରେ ହେବ
ସବୁ ଧର୍ମ ସବୁ କର୍ମ।

କର୍ମର ନିୟମ ଧର୍ମର ନିୟମ
ବାନ୍ଧି ରଖିଛି ସବୁ ଦିନ
ଦିଅ, ଦିଅ ମୁଠାଏ ଅନ୍ନ
ଅନ୍ନରେ ସଚରାଚର ହେଉ ଧନ୍ୟ ।

2

ଅନ୍ନ ମୋରି ସୃଷ୍ଟ
ଅନ୍ନ ଯୋଗୁଁ ଗତାଗତ
ସ୍ଥାବର ଜଙ୍ଗମାଦି
ଅନ୍ନରେ ବଶୀଭୂତ ।

ସତ୍ୟ ହେଉଛି ଅନ୍ନ
ସତ୍ୟ ସିଂହାସନ ସତ୍ୟ ନିୟମ
ସତ୍ୟ ଗମନ ସତ୍ୟ ବିଧାନ
ସତ୍ୟ ଭୋଜନ ଅନ୍ନ।

3

ପତ୍ରାସନ ପବନ ପରମ ବ୍ରହ୍ମ
ଶୂନ୍ୟ ଅନ୍ନ ତୋଷମନ।

ମନ ରହେ ଅନ୍ନରେ
ଅନ୍ନରେ ପୁଣି ହୁଏ ସବୁ ଲୀନ।

ଲୀନରେ ପ୍ରାପ୍ତ ହୁଅନ୍ତି
ଯେ ଝା ସ୍ଥାନ।

ସାଧି ପାରିଲେ ଜୀବ ବ୍ରହ୍ମ
ଉଦେ ବୈରାଗ୍ୟ ଜ୍ଞାନ।

4

ଖୋଲ ଲୋଚନ ଅନୁଦିନ
ବାନ୍ଧିବାକୁ କାର୍ଯ୍ୟ କାରଣ।

ଅନ୍ନ-ଭାବ ଘେନ
ପୁଣି ପୁଣି ଲଭ ଦର୍ଶନ
ମରଣୁ ଜନ୍ମ ସାବଧାନ
ଲଭ ଜନ ଧନ କୀର୍ତ୍ତିମାନ।

ଏ ଅନ୍ନ ଆଖ୍ୟାନ
ତୁମର କେବଳ ସୁଜନ।

23/08/2020; ଭୁବନେଶ୍ବର ।

...

Saturday, August 22, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success