ସିଦ୍ଧ
ଗଜାନନ ମିଶ୍ର
କଣ ସିଦ୍ଧ?
ପାରିଲା ନାଇଁ କହି
ଘରସୁନ୍ଦରି।
କୁହୁଡି ଉପରେ କୁହୁଡି
ଭରି ରହିଲା ସର୍ବତ୍ର।
କରୋନାର ଜନ୍ତାରେ
ପଡିଲେ ଜଣେ ପରେ ଜଣେ।
ଯିଏ ଯା ଗାତରେ
ରହିଲେ ବ୍ୟସ୍ତ
ଲକ୍ଷ୍ୟହୀନ ବାଣିଜ୍ୟରେ।
ଜନ୍ମ ଜନ୍ମର ସଂପର୍କରେ ଫାଟ,
ମାପତଉଲରେ ରହିଲା
ଅସରନ୍ତି ଡିଫେକ୍ଟ।
ସଂକୀର୍ଣମନ ପାଇଲା ନି
ଆଉ କୌଣସି ବାଟ।
ଛୋଟବଡ ସଭିଏଁ ଭୟଭୀତ,
ଗୋଳମାଳ ଘଣ୍ଟାଚକଟା
ଚାଲିଲା ଦିନସାରା।
ଗଛର ପାଟିରେ
ଯୋଉ ଶବ୍ଦ ବାହାରେ
କାହାର ସେଇଟା
ବୁଝି କହିବାକୁ କୋଉଠି କିଏ!
ରହିଗଲା ମେଘ
ନିଜ ଜାଗାରେ।
ଅର୍ଥହୀନ ମଣିଷ ଖୋଜା
ଏଠାରେ ଏତେବେଳେ।
ଆଦର୍ଶ କଥା ଛାଡି
ଇତଃସ୍ତତଃ ସମସ୍ତେ।
ଜମାଟ ଅନ୍ଧାର
କହି କହିଗଲା ଗୁଡାଏ।
ତପୋବନ, ଟିଟିଲାଗଡ,ବଲାଙ୍ଗୀର
12-08 -2020
This poem has not been translated into any other language yet.
I would like to translate this poem