ସାହିତ୍ୟର ସବୁ ଦୃଶ୍ଯ All Scenes Of Literature Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସାହିତ୍ୟର ସବୁ ଦୃଶ୍ଯ All Scenes Of Literature

ପବିତ୍ର
ଗଜାନନ ମିଶ୍ର

ହସ ଖୁସିରେ ଭରା
ମୋ ସଂସାର
ଆଉ ପବିତ୍ର ବି।
ନଜର ଲଗାଇଲେ ବି
ଜମାରୁ ଲାଗିବ ନି।

ପ୍ରେମ ଫେଣ୍ଟାଫେଣ୍ଟି
ସଙ୍ଗ ଅଛି ଆଉ
ଅଛି ପ୍ରକାଶ ବି।
କ୍ଷମା ଅଛି ଆଉ
ଅଛି ବିଶ୍ୱାସ ବି।

ସୂର୍ଯ୍ୟ ତାରା
ପବନ ପାଣିର
ଚାଲିଛି ଖେଳ।
ଭାଦ୍ରବର ମେଘରେ
ସତ୍ୟ ଖୋଜୁଛି ନୂଆ ରଙ୍ଗ।

ରଙ୍ଗରେ ଅଛି ଛନ୍ଦ
ଛନ୍ଦରେ ରଚିତ
ପୂରା ଜୀବନ।
ରସଭରା ଫୁଲସବୁ
ନଚାରେ ବ୍ୟସ୍ତ।

ଫଗୁଣ ଇଏ
ମାତାଲ ସଭିଏଁ ।
ଆସୁଛି କଣ ଆଉ
ଯାଉଛି କଣ
ପଡୁଛି ଜଣା ବାଟରେ।

ଦେଖଣାହାରୀ ସଭିଏଁ,
ଶେଷଯାଏ ଖାଲି
କେଁ କେଁ।
କିଏ କାହାଠୁ କମ କି ବେଶୀ
ହେଉ ନି କହି।

ଜନ୍ମ ପରେ ଜନ୍ମ
ଚାଲିଛି ପ୍ରତିମୁହୂର୍ତ୍ତ
ସୋରିଷ ଫୁଲର
କିଆରୀରେ ।

ଦୃଶ୍ଯ ପରେ ଦୃଶ୍ଯ
ଯାଉଛି ନାଚି
ଆଖି ଆଗରେ।
ଚର୍ଚ୍ଚିତ ଚେହେରା
ଆପଣେ ଆପେ
ରହିଛି ଠିକଣାରେ
ନୁହଁ ଯାହା ନିଜର।

ନଈ ପକ୍ଷୀ
ସବୁ ଯାଉଛନ୍ତି
ଉଭେଇ।
ସପନ କଥା
ନ କହିବା ଭଲ।

ସାହିତ୍ୟର ସବୁ ଦୃଶ୍ୟ
ଅତୀତ ଆଉ ଆଉ
ବର୍ତମାନର ସବୁ
ଆଗାମୀଦିନର ବାହକ
ଭବିଷ୍ଯତ କୁହୁକ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
21/08/2020

Friday, August 21, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success