ସବୁ ମଦ All Spirit Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସବୁ ମଦ All Spirit

ମଦ ମଦ
ଗଜାନନ ମିଶ୍ର

ମଦ ମଦ ମଦ
ବିଷାକ୍ତ ମଦ ଅମୃତ ମଦ
ମରିବ ପିଇଲେ ମଦ
ବଂଚିବ ବି ପିଇଲେ ମଦ
ମଦ ମଦ ମଦ
କୁଲି ରେଜା ମିସ୍ତ୍ରୀଙ୍କ ମଦ
କୁଜି ନେତା ମନ୍ତ୍ରୀଙ୍କ ମଦ
ରିକ୍ସାବାଲା ଡ୍ରାଇଭରଙ୍କ ମଦ
ଅଫିସର ଅମଲାଙ୍କ ମଦ
କବି ଲେଖକଙ୍କ ମଦ
ମଦ ମଦ ମଦ
ମଦରେ ଆଇନ
ମଦରେ ଫାଇନ
ମଦରେ ସାଇନ
ମଦ ମଦ ମଦ
ରାଜ୍ୟସାରା ମଦ
ଘରସାରା ମଦ
ପୁଅ ମାଇପ ମଦ
ରାଜସ୍ୱଭରା ମଦ
ମଦ ମଦ ମଦ
ମାଂସରେ ମଦ
ମାଇକିନାରେ ମଦ
ପାଠରେ ମଦ
ପ୍ରୟୋଗରେ ମଦ
ମଦ ମଦ ମଦ
ନିମାପଡାରେ ମଦ
ନିର୍ବାଚନରେ ମଦ
ନିହାଣରେ ମଦ
ନିଷ୍କାମରେ ମଦ
ମଦ ମଦ ମଦ
ମଦରେ ମସ୍ତ ଶଳା
ମଦରେ ମସ୍ତ ଶଶୁର
ମଦରେ ମସ୍ତ ଭାଇ ବନ୍ଧୁ
ମଦରେ କାଚକେନ୍ଦୁ
ମଦ ମଦ ମଦ
ଜିତ ମଦରେ
ଜିଅଁ ମଦରେ
ମଦର ରାସ
ମଦର ନାଇଁ ହ୍ରାସ
ମଦ ଦାସ
ମଦର ଦାସ
ମଦ ପାଇଁ ଦାସ
ମଦ ଆଣି ଆସ
ଏଇଠି ବସ
ରାଇଜକୁ କରିବା
ସୁନ୍ଦର ସରସ
ମଦରେ ମଦ
ଠିପିଖୋଲା ମଦ
ବିଦେଶୀ ମଦ
ରନ୍ଧା ମଦ
ହାସ ପରିହାସ
ଲିଖନପଠନ
ହିସାବନିକାଶ
ଜୀବନମରଣ
ମଦ ମଦ ମଦ
ଯୋଡ ନା ମଦକୁ କାହିଁରେ
ମଦ ସବରେ
ସବୁ ସବୁ ମଦ

ତପୋବନ, ଟିଟିଲାଗଡ, ବଲାଙ୍ଗୀର
28/10/2020

Wednesday, October 28, 2020
Topic(s) of this poem: life
POET'S NOTES ABOUT THE POEM
Odia language
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success