1.
ସବୁ ଅପହୃତ ।
ବିଲର ଶବ ।
ଉତ୍ତେଜନାରେ
ସବୁ ଗଡବଡ ।
ଓଲଟପାଲଟ ହିସାବ ।
ଆଉ ବର୍ଷିବ ।
ପବନ ସବୁ ବୋହିନେବ ।
ଆଉ କଣ ଥିବ?
କିଏ କଣ କହିବ?
2.
ଦେବ ଆଉ ଦେଲି କହିବ
ଏମିତି ହେବାର ଥିଲା
ହେଉଛି ଆଉ ହେବ ।
ନେବା ଲୋକ ମୂର୍ଖ?
ନା ଦେବା ଲୋକ ନେବା
ଲୋକକୁ କହୁଛି ଅପାତ୍ର
ଆଉ ବଜାଉଛି
ଜୋର୍ ରେ ବାଦ୍ୟ ।
This poem has not been translated into any other language yet.
I would like to translate this poem