ବୁରୋଗୁଡଁ
ଗଜାନନ ମିଶ୍ର
ଧରି ନେଇଁ ପାରବାର
ଦେଖଉଛ ବୁରୋଗୁଁଡ।
ଦେଖି ନେଇଁ ପାରବାର
ଯଉଛ ମୁରସୁଁଡ।
ଯେଇ ନି ପାରବାର
ଘିଚି ଆନୁଛ ନଏଦଖଁଡୁ।
ଶୁନିଛ କି ନେଇଁ କେଜାନି
ନଏଦଖଁଡି ଘର ମୋର୍।
ରହିଛ କି ନେଇଁ କେଜାନି
ଖମନ ବଲୁଛେ ମୋର୍ ମୋର୍,
ମାଏଟ ପଚରାଲା ବେଲକେ
କେନଟା ତୋର୍ କେନଟା ତୋର୍।
ଜାନିଛ କି ନେଇଁ କେଜାନି
ଭରମୁଛେଁ ଇନେ ମୁଇଁ
ରଖିକରି ସବୁ ସୋର୍ ଅସୋର୍।
ଇଟାକେ ଏତକି
ସେଟାକେ ସେତକି
ଆରୁ କେନଟା ରହେଲା ବାକି
ନେଇଁ ଖୁଜଲା ଲୋକକେ
ରଖି ଥ ତାଏଟକବାଟ ପକେଇ।
ହେଟା ନେଇଁସେ ହେତକି,
ଯ କି ଥ, ଉପରେ କି ତଲେ,
ଜାନବାରକେ ନେଇଁ
ଚାହେଁବାର ମୁଇଁ,
କରମି କେଁଟା ଭାଏଲ ଜାନିକରି!
ଧରି ଥ ବୁଟା,
ଇହା ଇହା ଲଟା।
ଖିସେଇ ହଉ ଥ,
ଖୁଁଦେଇ ହଉ ଥ,
ସମିଆର କଁଟା।
ଥ କି ଯ,
ନେଇଁ ପ ସୋର
କାହାରଭାଗେ କେତେ
କେନ୍ତା ପଡୁଛେ ବଁଟା।
ଏନ୍ତା ସବୁ ଇଟା।
ଏନ୍ତା ସବୁ ଇଟା।
This poem has not been translated into any other language yet.
I would like to translate this poem
It's all about life.