ସଦା ମୁଁ ତୁମଠି,
ସଦା ବ୍ୟସ୍ତ,
ସଦା ତୃପ୍ତ।
ମୋର ଆତ୍ମସନ୍ତୋଷ ମୋର,
ସଦା ପ୍ରତିଷ୍ଠିତ,
ପୁଣି ସ୍ଥିର।
ମୋର ପୁରୁଷାର୍ଥ
ସିଦ୍ଧି ପାଇଁ
ମୁଁ ଯଥେଷ୍ଟ।
ନୁହଁ ମୁଁ ଆସକ୍ତ,
ମୋଠି ପରମତତ୍ତ୍ୱ।
କଣ ନ ମିଳିଛି
ମତେ ଏଠି?
ପାଶୋରି ନାହାନ୍ତି
କେହି ମତେ,
ସଭିଙ୍କ ଉପରେ
ରହିଛି ମୋରି ଦୃଷ୍ଟି।
This poem has not been translated into any other language yet.
I would like to translate this poem