କାଳ
ଗଜାନନ ମିଶ୍ର
କାଳ ବସିଲା ପାଟିରେ!
ନେଲା ନାଇଁ କିଆଁ ମତେ?
ଦେଉଛି କଷ୍ଟ ଏତେ!
ଅଚାନକ ବଦଳାଇଦେଲା
ନାଡିନକ୍ସା ସବୁ
କୋଉଠି ତମେ
କୋଉଠି ମୁଁ? ?
ଆଉ ନାଇଁ
ଭୁଲ ସୁଧାରିବାର ସୁଯୋଗ?
ହରିଥିଲି କି ପର ସ୍ତ୍ରୀ
ଝିଅ କି ବୋହୂ?
କାହାକୁ ଜାଣି ନ ଜାଣି
ଦେଇଥିଲିଁ କି କଷଣ ପ୍ରଭୁ?
କରିଥିଲି କି କାହାର
କେବେ ସଂପତ୍ତି ହରଣ?
ମୋ ଶବ୍ଦସବୁ କଣ
ପାପପୂର୍ଣ୍ଣ!
ମୁଁ କଣ ନୁହଁ ଶୂନ୍ୟ!
ତପୋବନ, ଟିଟିଲାଗଡ, ବଲାଙ୍ଗୀର
22/12/2020
This poem has not been translated into any other language yet.
I would like to translate this poem