ଆପଣ କବିତା ଲେଖନ୍ତୁ
ଗଜାନନ ମିଶ୍ର
କଣ ଥିଲା ଭିତିରି ଉଦ୍ଦେଶ୍ଯ
ପାରିଲି ନି ବୁଝି।
ଛାଡିଦେଲି ଲେଖିବା।
ଆଉ କବିତା ଆସିଲା
ମତେ ଇ ଲେଖି ଚାଲିଲା।
ହେଲା କି ନ ହେଲା
ଏ ପଶୁମାନେ ବୁଝିବେ କଣ!
କହିଥିଲା ଯିଏ
ସିଏ ମଲା।
ଦୁଆର ପଡିଲା।
ଆଉ ଉଭା ଥିଲା ଯିଏ
କୌଣସି ପ୍ରକାରର
ନ ଥିଲା ସଂପର୍କ।
କରନ୍ତା କିଏ ତର୍କ ବିତର୍କ!
ତପୋବନ, ଟିଟିଲାଗଡ, ବଲାଙ୍ଗୀର
18/10/2020
This poem has not been translated into any other language yet.
I would like to translate this poem