ଜଣେ କବି
ଗଜାନନ ମିଶ୍ର
ଜଣେ କବି
ମାଟିର,
କେବଳ ମାଟିର।
ମାଟି ପାଖରେ
କାମ ନାଇଁ
ପାର୍ଟିର।
ଜଣେ କବି
ସଚରାଚରର।
ନାଇଁ ଶତ୍ରୁ
ନାଇଁ ମିତ୍ର
ସବୁ ଏକାକାର।
ଜଣେ କବି
ରାତିର
ଆଉ ଦିନର ବି।
ସୁଖ ଯେତିକି
ନିଜର, ଅଧିକ
ନିଜର ଦୁଃଖ।
କବି ତ ସଦା
ପରାଙ୍ମୁଖ ।
ଜଣେ କବି
ନୁହଁ କାହାର,
କବି
ସମସ୍ତଙ୍କର
ସବୁ ସମୟର।
ପ୍ରେମ ପାଖରେ
ସତ୍ଯ ପାଖରେ
କବି ଥାଏ ସ୍ଥିର।
ପ୍ରେମ ଆଉ ସତ୍ଯ,
ଉଭୟକୁ
କରିବାକୁ ଠାବ
କବିକୁ ଯିବାକୁ ପଡିଥାଏ
ଗଭୀରରୁ ଗଭୀର
ଅନ୍ଧାରରୁ ଅନ୍ଧାର
ରହିବାକୁ ସ୍ଥିର।
ଆଉ ମାଟି ଇ
ସଦା ସ୍ଥିର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
19/3/2019
This poem has not been translated into any other language yet.
I would like to translate this poem
Poet has no friend, no enemy, poet belongs to all.