କିଛି ମାଗିବା ଭୁଲ
ଗଜାନନ ମିଶ୍ର
ଯାହା ମିଳିବା କଥା
ଆବଶ୍ୟକ ସବୁ
ମିଳି ସାରିଛି ଯେହେତୁ
କିଛି ମାଗିବା ଭୁଲ।
ସଂଯୋଗ ବିଯୋଗର
ଆଉ ମାନେ ନାଇଁ।
ଅଲଗା ଯାହା
ସେ ସବୁ ଅଲଗା ହିଁ।
ନିଜର ଯିଏ
ସିଏ ତ ନିଜଠି।
ଆଉ ସିଏ ଅଲୌକିକ
ଆଉ ସିଏ ନିଜର।
ତୁମେ ତ!
ଆଉ ହଁ, ତୁମେ ଇ।
ଆଉ ମଗାଯଚା କଣ?
ସଦା ସବୁ ସମଗ୍ର।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
16/03/2020
This poem has not been translated into any other language yet.
I would like to translate this poem