ରାତି ନୁହଁ ନପୁଂସକ,
ନୁହଁ ବି ଦିନ ବିଟପୁରୁଷ।
ଏତିକି ନୁହଁ ବି ନିଃସ୍ୱ
ଯେ ଶକ୍ତି ନ ଥିବ କବିଠି
ଢୋକିବାକୁ ଭାବ ସମୁଦ୍ର।
ଏଇଟା କବିତା ଦିବସ,
ଯୁଆଡେ ଯାଅ ଯାହା ବି ଲେଖ
କହିବାଲୋକ କହିବ
ୱା ୱା କ୍ୟା ବାତ୍ ହେ,
କହିବାଲୋକ କହିବ
ତୁ କବି କିଛି ନାହିଁ ତୋଠି
ତୁ ଇ ଗୋଟେ ଶୂନ ପୁରୁଷ।
ଏତିକି ବି ନୁହଁ ମହୀୟାନ
ଯେ ଟାଣିଓଟାରି କରିଦେବ
ଖତମ ଗୋଟା ଆକାଶ।
କବିତା ବୋଇଲେ କଣ
କାଉ ମୈଥୁନ,
ଯାହାର ଦର୍ଶନରେ
ସଙ୍କେତ ମିଳେ
ମୃତ୍ଯୁର ଆଲିଙ୍ଗନ!
କବିତା କରେ କଣ
ଆଉ କରେ କେତେବେଳେ,
ପଚାରି ବୁଝିଲାବେଳକୁ
ଟିକିଏ ବି ନ ଥାଏ ଧୈର୍ଯ୍ୟ
କୋଉଠି କାହାପାଖରେ।
ତଥାପି ଥାଏ କବିଟିଏ
କବିତା ଧରି ଠିଆ ସଦାବେଳେ
ଆଉ ଜୀବନ ପାରି ହେଉଥାଏ
ବୈତରଣୀ, ନ ଥାଏ ଯୋଉଠି
ନିଆଁ କି ପାଣି, କିନ୍ତୁ କବି
ବୁଡି ଯାଉଥାଏ ପୋଡି ଯାଉଥାଏ
ଆଉ ଥାଏ ଅନ୍ୟ କୁଆଡେ
ଯାଇ ନ ପାରି ସାରାବେଳ
ଛଟପଟ ହୋଇ ରଙ୍ଗୀନ ହୋଇ
ନିମ୍ନରୁ ନିମ୍ନକୁ ଖସୁ ଖସୁ
ଉର୍ଦ୍ଧ୍ବ ରୁ ଉର୍ଦ୍ଧ୍ବ କୁ ଉଠୁ ଉଠୁ
ପ୍ରତି ମୁହୂର୍ତ୍ତରେ ।
This poem has not been translated into any other language yet.
I would like to translate this poem
Poetry and the poet, In this world, live a perfect life.