ବଲାଙ୍ଗିର ଆରୁ ବାଙ୍ଗାଲୋର, Balangir And Bangalore Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବଲାଙ୍ଗିର ଆରୁ ବାଙ୍ଗାଲୋର, Balangir And Bangalore

Rating: 5.0

ବଲାଙ୍ଗିର ଆରୁ ବାଙ୍ଗାଲୋର,
ଖୋଜୁଛି ତଫାତ୍
ଏ ଦି ଟା ଭିତରେ।
କେଇଜଣ ତଥାକଥିତ
ବରିଷ୍ଠ କବି କହିବା ଶୁଣୁଛି
ଫଶାଅ ନାହିଁ ଆମକୁ
ଏମିତି ଗୋଲକଧନ୍ଦାରେ
ଆଉ କର ନି ଆମକୁ ଡିଷ୍ଟର୍ବ
ଉଡୁଥିଲାବେଳେ ପବନରେ
ଭାସୁଥିଲାବେଳେ ପାଣିରେ।
ମୁଁ ପୋଖତ କହୁଛି ଜୋରଦେଇ
ଆକାଶକୁ ମୁଠାଇ ଧରିବାରେ।

ମାଟି ସହିତ ମାଟି ହୋଇ
ମାଟି ପାଖରେ ମୁଁ ପ୍ରତିଶ୍ରୁତିବଦ୍ଧ
ଉଚ୍ଚାରିବାକୁ ସତ୍ଯ ପ୍ରତ୍ୟହ ସକାଳେ
ମୋ ନିଜ ଭାଷାରେ।
ଡରାଇ ଦେଇ କେହି ମତେ
କିଣି ନେବ ଟଙ୍କାସୁନା କି
ଆଉ କଣ କଣ ଦେଇ
ହେବ ନି ଏମିତି,
ଲିଭି ଗଲେ ଲିଭି ଯାଉ ପଛେ
ସୂର୍ଯ୍ୟ ରସାତଳରେ।

ମୁଁ ମୋର ଅଛି ଏଠାରେ
ଦେଖାଇବାକୁ ଅନ୍ୟକୁ ଆଲୁଅ
ମୋ ନିଜ ବାଗରେ
ମୋ ଶବ୍ଦରେ ମୋ କାର୍ଯ୍ୟରେ
ରହିଛି ଠିକ୍ ତାଳମେଳ
ଜଣା ମତେ ଆଉ ମୁଁ
ଚାଲିଛି ସଠିକ୍ ବାଟରେ
କେହି ଆସୁ ନ ଆସୁ ମୋ ସାଙ୍ଗରେ।

Monday, March 12, 2018
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success