ନିର୍ବୈରଠାରେ ଶତ୍ରୁପଣ,
କିମ୍ପାଇ କରୁ ଅକାରଣ-ଅତିବଡି ଜଗନ୍ନାଥ ଦାସ।
କହିଲେ ପୁଣି ଅତିବଡି-ମୋହର ଯେଉଁ ସ୍ନେହପାଶ,
ଛେଦିଣ କରୁ ତୁ ବିନାଶ।
ହିତଅହିତ ଜାଣେ ଯିଏ,
ତାହାଠି ଥାଏ ସ୍ଥିତି।
ସାଧୁ ଶବ୍ଦରେ ହେଉଥାଏ
ସୂର୍ଯୋଦୟ।
ସତ୍ୟ ଆଚରି
ଭାଇର ଦୁଃଖେ ହୁଅ ଦୁଃଖି
ଆଉ ଥାଅ ସଦା ସୁଖି।
ତୁମ ପାଇଁ ଏ ପୃଥ୍ୱୀ।
ଏ ପୃଥ୍ୱୀ କୋଉଠି?
ମୋ ପୃଥ୍ୱୀ ମୋ ଦେହ।
ଦେହରୁ ଦେହ ବାହାର।
ଦେହ ପଶୁଛି ଗହ୍ୱର।
ସେଥିରୁ ଆସିବା ନାହିଁ ପୁନର୍ବାର।
ବହୁ ସ୍ତ୍ରୀ ମୋର
ଆଉ ମୁଁ ଏକ ଇ ପୁରୁଷ।
ନାହିଁ ଶେଷ।
ଚାଲିଛି ସ୍ରୋତ
ଅବିରତ।
ହଂସ ଖେଳୁଛି
ଦିବାରାତ୍ର।
କେତେ କେତେ ପଦାର୍ଥରେ
ସୁନ୍ଦର ଘର।
This poem has not been translated into any other language yet.
I would like to translate this poem