ଆଢୁଆଳରେ
ଗଜାନନ ମିଶ୍ର
ଆଢୁଆଳରେ
ଘଟି ଯାଉଥାଏ ଯାହାସବୁ,
ଚେଷ୍ଟାକଲେ ଜାଣିବାକୁ
ଆସ୍ତେ ଆସ୍ତେ
ହୋଇଯାଏ ବୁଝି ବାବୁ!
ଆଖି ବନ୍ଦ କରି
ଯିବାକୁ ହୁଏ ଦେହଠୁ,
ନିଜ ରାସ୍ତା ଯାଇଛି ଯାହା
ନିଜ ଭିତରକୁ ସେଇ ରାସ୍ତାରେ
ନିଜ ଭିତରକୁ।
ସେଇଠି ଇ ଥାଏ
ସବୁ ପ୍ରଶ୍ନ ସବୁ ଉତ୍ତର
ସେଇଠି ଇ
ସବୁ ଆଲୁଅ ସବୁ ଅନ୍ଧାର
ଆଉ ସେତକ ପାଇଁ
ଯିବାକୁ ହେଉଥାଏ ଏଇଠୁ।
ହେଲେ ବାବୁ
ସୀମାରେ ପହରା
ପାହାଡ ଆଉ ସମୁଦ୍ରର
ଆଉ ସୀମା ଛୁଉଁ ଛୁଉଁ
ଭୁଲ ଧାରଣାର ବଶବର୍ତ୍ତୀରେ
ହଜୁଥାଏ ରଙ୍ଗବେରଙ୍ଗ ରାସ୍ତା।
ରହ ସ୍ଥିର ବାବୁ,
ସ୍ୱୀକାର କର ଏଇଠି
ଏମିତି ଦୃଢ ତୁମର ବିଶ୍ୱାସ,
ଆଉ ଏଇଠି ଚଳେ ନା
ତୁମ ଇଚ୍ଛା କି ଅନିଚ୍ଛା ।
ଥାଅ ବାବୁ, ଥାଅ
ତୁମେ ତୁମେ ହୋଇ।
ଆଉ ଆଶ୍ଚର୍ଯ୍ଯ ଆଖିରେ
ଦେଖି ଦେଖି ଆଜ ଦିନକୁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
25/11/2019
This poem has not been translated into any other language yet.
I would like to translate this poem
Great write on life and nature's play.