ଆଢୁଆଳରେ Behind The Scene Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆଢୁଆଳରେ Behind The Scene

Rating: 5.0

ଆଢୁଆଳରେ
ଗଜାନନ ମିଶ୍ର

ଆଢୁଆଳରେ
ଘଟି ଯାଉଥାଏ ଯାହାସବୁ,
ଚେଷ୍ଟାକଲେ ଜାଣିବାକୁ
ଆସ୍ତେ ଆସ୍ତେ
ହୋଇଯାଏ ବୁଝି ବାବୁ!

ଆଖି ବନ୍ଦ କରି
ଯିବାକୁ ହୁଏ ଦେହଠୁ,
ନିଜ ରାସ୍ତା ଯାଇଛି ଯାହା
ନିଜ ଭିତରକୁ ସେଇ ରାସ୍ତାରେ
ନିଜ ଭିତରକୁ।

ସେଇଠି ଇ ଥାଏ
ସବୁ ପ୍ରଶ୍ନ ସବୁ ଉତ୍ତର
ସେଇଠି ଇ
ସବୁ ଆଲୁଅ ସବୁ ଅନ୍ଧାର
ଆଉ ସେତକ ପାଇଁ
ଯିବାକୁ ହେଉଥାଏ ଏଇଠୁ।

ହେଲେ ବାବୁ
ସୀମାରେ ପହରା
ପାହାଡ ଆଉ ସମୁଦ୍ରର
ଆଉ ସୀମା ଛୁଉଁ ଛୁଉଁ
ଭୁଲ ଧାରଣାର ବଶବର୍ତ୍ତୀରେ
ହଜୁଥାଏ ରଙ୍ଗବେରଙ୍ଗ ରାସ୍ତା।

ରହ ସ୍ଥିର ବାବୁ,
ସ୍ୱୀକାର କର ଏଇଠି
ଏମିତି ଦୃଢ ତୁମର ବିଶ୍ୱାସ,
ଆଉ ଏଇଠି ଚଳେ ନା
ତୁମ ଇଚ୍ଛା କି ଅନିଚ୍ଛା ।

ଥାଅ ବାବୁ, ଥାଅ
ତୁମେ ତୁମେ ହୋଇ।
ଆଉ ଆଶ୍ଚର୍ଯ୍ଯ ଆଖିରେ
ଦେଖି ଦେଖି ଆଜ ଦିନକୁ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
25/11/2019

Sunday, November 24, 2019
Topic(s) of this poem: life
POET'S NOTES ABOUT THE POEM
Everything is there behind the scenes. Let us observe it. The poem is written in odia language. Odia is the official language of odisha india.
COMMENTS OF THE POEM
Tapaswini dash 24 November 2019

Great write on life and nature's play.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success