ହିତ Beneficial Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହିତ Beneficial

Rating: 5.0

କବିଏ
ଗଜାନନ ମିଶ୍ର

'ଲୋକଙ୍କ ପାପଶୁଦ୍ଧି ଅର୍ଥେ
ଭ୍ରମଣ କରନ୍ତି ଜଗତେ'
ମଣିଷପଣ ବୃଦ୍ଧି ଅର୍ଥେ
ଲେଖନ୍ତି କବିତା କବିଏ!

ଥାଆନ୍ତି କବିଏ
କବି କିଏ ଆଉ
କଣ ନୁହଁ ଯେ!

ହୃଦୟ ଦିଆନିଆ - କବିତା,
ନିସର୍ତ୍ତ ସମର୍ପଣ - କବିତା,
ମାଟି ଆକାଶର ସଂଯୋଗ - କବିତା,
ଶବ୍ଦର ସୁଗନ୍ଧିରେ ଦିବ୍ୟଭାବ
ଉତାରିବା - କବିତା,
କବିତା ହୁଏ ଉଭା
ଯୋଉଠି ବିଶ୍ୱହେତୁଭୂତ ଆତ୍ମା।

କବିଏ ଶୁଦ୍ଧ
କବିଏ ସିଦ୍ଧ
କବିଙ୍କ ସଙ୍ଗତ
ସବୁଠୁ ବଡ ହିତ।

ଅଛନ୍ତି କବିଏ
ନାହିଁ ମୃତ୍ୟୁ ଭୟେ।
ପ୍ରେମ ସତ୍ୟ ନ୍ୟାୟେ
ମନ ବିଚଳିତ ନୋହେ।

ତପୋବନ, ଟିଟିଲାଗଡ,ବଲାଙ୍ଗୀର
20/08/2020

Thursday, August 20, 2020
Topic(s) of this poem: poets
POET'S NOTES ABOUT THE POEM
Language - odia,
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success