କବିଏ
ଗଜାନନ ମିଶ୍ର
'ଲୋକଙ୍କ ପାପଶୁଦ୍ଧି ଅର୍ଥେ
ଭ୍ରମଣ କରନ୍ତି ଜଗତେ'
ମଣିଷପଣ ବୃଦ୍ଧି ଅର୍ଥେ
ଲେଖନ୍ତି କବିତା କବିଏ!
ଥାଆନ୍ତି କବିଏ
କବି କିଏ ଆଉ
କଣ ନୁହଁ ଯେ!
ହୃଦୟ ଦିଆନିଆ - କବିତା,
ନିସର୍ତ୍ତ ସମର୍ପଣ - କବିତା,
ମାଟି ଆକାଶର ସଂଯୋଗ - କବିତା,
ଶବ୍ଦର ସୁଗନ୍ଧିରେ ଦିବ୍ୟଭାବ
ଉତାରିବା - କବିତା,
କବିତା ହୁଏ ଉଭା
ଯୋଉଠି ବିଶ୍ୱହେତୁଭୂତ ଆତ୍ମା।
କବିଏ ଶୁଦ୍ଧ
କବିଏ ସିଦ୍ଧ
କବିଙ୍କ ସଙ୍ଗତ
ସବୁଠୁ ବଡ ହିତ।
ଅଛନ୍ତି କବିଏ
ନାହିଁ ମୃତ୍ୟୁ ଭୟେ।
ପ୍ରେମ ସତ୍ୟ ନ୍ୟାୟେ
ମନ ବିଚଳିତ ନୋହେ।
ତପୋବନ, ଟିଟିଲାଗଡ,ବଲାଙ୍ଗୀର
20/08/2020
This poem has not been translated into any other language yet.
I would like to translate this poem