ଭୁବନେଶ୍ବର Bhubaneswar Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭୁବନେଶ୍ବର Bhubaneswar

Rating: 5.0

ବଡପୁଅ ଭୁବନେଶ୍ଵରରେ
ଗଜାନନ ମିଶ୍ର

1
ବଡପୁଅ ଭୁବନେଶ୍ଵରରେ,
ଭୁବନେଶ୍ଵର ଧ୍ୱସ୍ତବିଧ୍ୱସ୍ତ
ଫନି ବାତ୍ଯାରେ।
ତିନିଦିନ ହୋଇଗଲା
ପାଣି ନାଇଁ ପିଇବାକୁ,
ଆଲୁଅ ନାଇଁ ନାଶିବାକୁ ଅନ୍ଧାର।
ମନ ବ୍ୟସ୍ତ, କଥାବାର୍ତ୍ତା ପାଇଁ,
ବସ ଟ୍ରେନର ସୁବିଧା ବି ନାଇଁ,
ଫୋନ ନେଟ ପାଇବ କାହିଁ,
କହୁଛି ପହଁଚ କେ ବାହାର।
କିଏ କହିଲାଣି ଭୁବନେଶ୍ଵର ହୃଦୟ,
ହୃଦୟକୁ ଏତେ ଷ୍ଟ୍ରୋକ୍,
ଯେତେ ଯାହା ହେଲେ ବି
ପୁଣି ହସିବ, ହସିଉଠିବ, ସ୍ମାର୍ଟ।

2
ଭୁବନେଶ୍ଵର,ଭୁବନେଶ୍ୱର,
କିଏ କହେ ଗୋଲାମୀ ସହର,
ଆଉ କିଏ କହେ ମଥୁରା ନଗର
କଂସର ଅନ୍ଧାରି କାରବାର।
ଫନି ଆସିଲା, କଲା ତାଣ୍ଡବ,
ବଢିଲା ଆହୁରି କଳାବଜାର।
ଏବେଳେ ମନା କୁଆଡେ
କହିବାକୁ ୟାଡୁସ୍ୟାଡୁ,
ସଫେଇ ପରେ ଦେଖେଇବ ଝାଡୁ।
କିଛି ନ ହେଉ ଚଳିବ,
ଯେମିତି ଚାଲୁଛି ସେମିତି ଚାଲୁ,
ରିଲିଫ ଆସୁଛି କେତେ, ଆସୁ।
ହିସାବ କରିବାକୁ ଆମେ ତୟାର
ଅପେକ୍ଷା କିଏ ରହିବ, କିଏ ହେବ ବାହାର।

ତପୋବନ, ଟିଟିଲାଗଡ, ବଲାଙ୍ଗିର
6/5/2019

POET'S NOTES ABOUT THE POEM
Written in odia language, odia is the official language of odisha india. It is about the present condition of Bhubaneswar, capital city of odisha, india. Fani the storm, causes great loss to life and properties.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success