କଳାକନା
ଗଜାନନ ମିଶ୍ର
କଳା କଳା କଳା,
କଳା କନା, କଳା ମୁହାଁ,
କଳା ପତାକା, ନୁହଁ
କେହି କୋଉଠି ହାରମଜାଦା,
ଏକସେ ବଡକର ଏକ
ଈର୍ଷାର ଶିକାର,
ରାଜ୍ଯ ବେକାର!
କୋଉଠି କଣ
ନିଆଁ ବାଣ,
ଆସ୍ତେ ଆସ୍ତେ ମୂଷାଲେଂଜିଆ
ସମୟ ଉତୁରା,
ପରସ୍ପର ପାଖରେ
ପରସ୍ପରର ରକ୍ତମାଂସ
ନାଡିନକ୍ସା ଉଖୁରା।
କଂସର ଅଟ୍ଟହାସ,
ବଦଳ ସବୁ ଚେରମୂଳ
ପରଂପରା ସଂସ୍କାର ଇତିହାସ।
ଚେତନା ନିର୍ମୂଳ
ପବନ ପାଣି ଟଳମଟୋଳ
କାଦୁଅ ନ ଥାଇ ବି
ଫୋପଡାଫୋପଡି ଆଉ ଆଉ
ବିରି ଜଡା ଅଣ୍ଡାଖୋଳ।
ନା ରେ ନା, ଏଠି
ନାଇଁ ତୋ ପାଇଁ ଜାଗା।
ଯା, ବାହୁଡି ଯା,
ଯୋଉଠୁ ଯେମିତି ଆସିଥିଲୁ
ସେମିତି ସେଇଠିକୁ ଯା।
କଳା ଲଗା ନା, ଲଗା ନା,
ଏ କଳାରେ ଭର୍ତ୍ତି ତୋର ସ୍ୱାର୍ଥ,
ଜାତି ପାଇଁ ଏଇଟା ବ୍ୟର୍ଥ।
ମୁଁକାର ହେଉଛି
ସବୁଠୁ ବଡ କଳଙ୍କ,
ଆଉ ମାରାତ୍ମକ।
ହଟ ସେଆଡକୁ,
ଆଉ କେଉଁଆଡକୁ
ଦେଖେଇବା ଆଗରୁ ଅଙ୍ଗୁଳି
ନିଜ ଭିତରକୁ ଚିରି ଦେଖେ
କମ କେମିତି କେଉଁଠାରେ!
ଯା ଯା ରେ,
ତୋ କଳାର ନାଇଁ କାମ ଏଠାରେ,
ମା କଲିଜା କଂଚା ଖାଇବା ଲୋକ ତୁ
ଏତେଦିନକେ ପଡୁଛି ଜଣା,
କଳା ରଙ୍ଗ ଭିତରେ ତୁଟା
ବଡ ବଦମାସ,
ଯା ଯାରେ,ସେପଟକୁ,
ଏପଟେ ନାଇଁ ହିସାବକିତାବ,
ଭୁଆଁ ବୁଲାଉ ଥା।
ଆଉ ନିଜେ ନିଜେ
ସେଥିରେ ମରୁ ଥା।
ତପୋବନ, ଟିଟିଲାଗଡ, ବଲାଙ୍ଗିର,
26/6/2019
This poem has not been translated into any other language yet.
I would like to translate this poem