ମା ଆଶୀର୍ବାଦ Blessings Of The Mother Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମା ଆଶୀର୍ବାଦ Blessings Of The Mother

Rating: 5.0

ମା ମା ମା
ଗଜାନନ ମିଶ୍ର

ମା ମା ମା
ମା ଅର୍ଥ ଜନ୍ମଦାତ୍ରୀ
ମା ଅର୍ଥ ଜନ୍ମମାଟି
ମା ଅର୍ଥ ମା ଭାଷା
ଆଉ ଯିଏ ଏ ତିନିଟାକୁ
ବିରୋଧ କରେ
ନିଜ ସର୍ବନାଶକୁ ଡାକେ,
ସର୍ବନାଶର ଶିକାର ହୁଏ,
ପତ୍ତାସତ୍ତା ସବୁ ହରାଏ।

ଅନ୍ୟ ଭାଷାରେ କହୁଥିବା
କଥାକୁ ନିଜ ମା ଭାଷାରେ
କଦର୍ଥକରି ମାୟାଜାଲରେ
ଦିଅ ନି ଛନ୍ଦି ଏକା ମାଟିରଲୋକଙ୍କୁ।
ଅନ୍ୟମାଟିର ପଦାର୍ଥ
ନିଜ ମାଟିରେ ରୋପ ନି
ବିଷ ହେବ ତୁମ ନିଜକୁ।
ଅନ୍ୟ ନାରୀ ବି ମା,
ସମ୍ମାନ ଦିଅ, ବହୁତ ଭଲ।
କିନ୍ତୁ ଜନ୍ମଦାତ୍ରୀ ମା, ମା,
ଯାହାର ନାହିଁ ବିକଳ୍ପ।

ମା ଆଶୀର୍ବାଦ ହେଉ ସଂକଳ୍ପ।

ତୁମେ କେମିତି ପୁତ୍ର?
ମା ମରୁଛି ପଡୋଶୀ ହାତରେ,
ଆଉ ତୁମେ ତାକ୍ ଧେଇ ଧେଇ ନାଚୁଛ
ନିର୍ଲଜ ବେହିଆ ପରି ନିଜ ନିଜ ଭିତରେ
ଘିଚାଟଣା ହୋଇ ଘର ଅଗଣାରେ ଗାଁ ଖୁଲିରେ!
ପୁତ୍ରୀ! ତୁମେ ବି ମା, ତୁମେ ଗଢିବ
ନୂଆଁ ଦୁନିଆଁ, ରଖିବ ମାନ ସମ୍ମାନ, ନାଁ।
ବାହାରି ଆସ ଘର ଭିତରୁ ମା,
ଦୁର୍ଗା ହୋଇ, ଦ୍ରୌପଦୀ ହୋଇ
କର ରକ୍ଷା, ମାଟି ଆଉ ମାଟିର ସନ୍ତାନକୁ
ଭବିଷ୍ଯତ ବଂଶଧରଙ୍କୁ।

ମା ମା ମା
ମାକୁ ନେଇ ଲାଭ ଉଠାଉଥିବା
ଠକ ଭଣ୍ଡକୁ, ତୁଚ୍ଛା ଗୁଜବ ରଟି
ବାହାବା ନେଉଥିବା
ମା ବିରୋଧୀକୁ କେବେ ବି
କର ନି କ୍ଷମା, କର ନି କ୍ଷମା ।

ତପୋବନ ଟିଟିଲାଗଡ ବଲାଙ୍ଗୀର
22/2/2019

Thursday, February 21, 2019
Topic(s) of this poem: mother
POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
Gajanan Mishra 21 February 2019

Mother, motherland and mother language

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success