ପିଆଜ ରସୁଣ
ଗଜାନନ ମିଶ୍ର
ପିଆଜ ରସୁଣ କଥା
ପକାଅ ନି ଏଠି
ନାଗରିକତ୍ୱ ଦିଆନିଆ
ଚାଲିଥିଲାବେଳେ ।
କିଏ ଭିତରେ ଆଉ କିଏ
ବାହାରେ ନୁହଁ ପ୍ରସଙ୍ଗ
ସମଗ୍ର ବିଶ୍ୱ ଅନେଇଛି ଯେବେ
ଆଶ୍ଚର୍ଯ୍ଯ ଆଖିରେ ଆମ ଉତ୍ଥାନ।
ବାଜେ କଥା କହି ଆଉ
ମତାଅ ନି ପିଲାଙ୍କୁ,
ସତ୍ୟର ନାବରେ ବସି
ମା ମାଟିକୁ ସଭିଏଁ ଦେଖନ୍ତୁ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/12/2019
This poem has not been translated into any other language yet.
I would like to translate this poem