ଜୟଗାନ ଜୀବନ Bravo Life Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୟଗାନ ଜୀବନ Bravo Life

Rating: 5.0

କରୋନା ଭୂତାଣୁ
ଗଜାନନ ମିଶ୍ର

କରୋନା ଭୂତାଣୁ ସହିତ
ଚାଲିଲା କଥାବାର୍ତ୍ତା
ବହୁତ ବେଳ ଯାଏ
ଆଜି ସକାଳେ
କେନ୍ଦ୍ରୀୟ ବିଦ୍ୟାଳୟ-1
ସାମ୍ନାରେ ଭୁବନେଶ୍ବରରେ।
କଥାବାର୍ତ୍ତାବେଳେ କିଛି
ଚୁକ୍ତିଭିତ୍ତିକ ବାକ୍ୟ ରହିଲା
ଯେମିତି ସାଥ୍ ସାଥ୍
ବିକାଶ ପଥରେ
ଯିବାକୁ ହେବ ଉଭୟଙ୍କୁ।
କେହି କାହାକୁ ଛୁଇଁବେ ନି
କେହି କାହାକୁ ହସ୍ତକ୍ଷେପ
କରିବା ଶକ୍ତ ମନା।
ଆଉ ରହିଲା ସର୍ତ୍ତ
ଥାଉ ଯୋଉଠି ଯାହା
ପଚାର ନି କିଛି କାହାକୁ।

2

କରୋନା, କରୋନା,
କରୋନାରେ ସବୁ ବଣା।
ୟେ ପରା ମେଡ୍ ବାଏ ଚାଇନା।
ପାରିବ ନି ଛୁଇଁ,
ମତେ ଛୁଁ ମତୁ ଛୁଁ
ମଣିଷ ଛୁଆ ତୁ
ନାଇଁ ବିନାଶ ଏଠି
କାହାର ବି
କଣ ପାଇଁ ଚିନ୍ତା ପୁଣି!
ପବନରେ ପାଣିରେ
ଦୃଶ୍ୟରେ ଅଦୃଶ୍ୟରେ
ରହେ ଆଉ ଥାଏ ଜୀବନ।
ଜୀବନ ପାଖରେ ମାନେ ହାର୍
କରୋ ନା। କରୋନା ।
ଜୟଗାନ ଶୁଭେ
ସମଗ୍ର ସୃଷ୍ଟିର
ବିଶ୍ବବ୍ରହ୍ମାଣ୍ଡର
ଜୟ ବ୍ରହ୍ମା!

ତପୋବନ,ଟିଟିଲାଗଡ, ବଲାଙ୍ଗୀର
05/03/2020

Thursday, March 5, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success