ଉଜ୍ଜ୍ୱଳ ସକାଳ Bright Morning Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଉଜ୍ଜ୍ୱଳ ସକାଳ Bright Morning

Rating: 5.0

ମାଛ ମାଛ ମାଛ
ପହଁରୁଛି ପାଣିରେ।
ଅକାତକାତ ପାଣି
କିଏ ପାରିବ ଛାଣି!

ମାଛ ବଢୁଛି
ବଢୁଛି ମୁଁ ବି।
ଅଚେତା ଚେତା ହେଉଛି,
ଅଗୋଜା ହେଉଛି ବି ଗୋଜା।

ମୁଁ ମୋର ଚାଲିଛି ଡାକିହାକି
ବଜ୍ରଗାର କାଟିବାକୁ
ବିଅର୍ଥ ନ ହୋଇ ଥିବ
ଯୋଉଟା କାଳକାଳକୁ।

ପାତକ ନାହିଁ କିଛି,
ସବୁ ଖେଳ ଖେଳୁଛି ପ୍ରକୃତି।
ପଦ ପରେ ପଦ ଚାଲିଛି ବାଢି ମୁଁ
ସବୁ ସତ୍ୟ ଆଉ ପ୍ରାମାଣିକ।
ପାଇଲାମାତ୍ରେ ବାରତା
ହେଉଛ ହାଜର ଆଉ
କରୁଛ ପରୀକ୍ଷା ବଚନର।

ଜାଣେ ନାହିଁ ମୋ ନିଜ ରୂପ
ଜାଣେ ଅନେକାନେକ ଭାବରେ
ଠିଆ ମୁଁ ଏ ମହୀମଣ୍ଡଳ
ଯୁଝି ଯୁଝି ନିଜ ସହିତ କେବଳ।

ପଦପଦବୀ କଣ ହେବ?
ଯାହାର ଚାଲିଥାଏ ମର୍ଜିଅନୁସାରେ
ଥରକୁ ଥର ବଦଳ।

ଏ ମାଛ ଥାଏ, ଥାଏ
ଦେଖାଇବାକୁ ଆଉ ଆଉ
ଉଜ୍ଜ୍ୱଳ ସକାଳ।

Saturday, February 24, 2018
Topic(s) of this poem: life,truth
POET'S NOTES ABOUT THE POEM
Searching truth in life at every morning. The poem is written in Odia language. Odia is the official language of Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success