ସତ୍ୟ କିନ୍ତୁ ଅଛି But Truth Is There Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତ୍ୟ କିନ୍ତୁ ଅଛି But Truth Is There

ଛାଡିବ କେମିତି?
ଛାଡିବ କଣ?
ଛାଡିବ କାହାକୁ କୋଉଠି?

ଛଡାଛୁଡିରେ ବ୍ୟସ୍ତ ଆମେ
ଏଠି।
ଆଉ ଯାଉଛୁଁ ଭୁଲି
କହୁଛୁଁ ଯାହା ଯେତେ
କଥାକଥାରେ ଏଠାରେ।

ଏଠାରେ ଅଛି କଣ ଯେ!

ଅଛି ଧୂଆଁ,
ଆଉ ଅଛି ନିଶ୍ଚୟ ନିଆଁ
ଆଖେପାଖେ କୋଉଠି।

ଅଛି ହାଣ୍ଡି ମାଠିଆ,
ଆଉ ଅଛି ନିଶ୍ଚୟ
କୁମ୍ଭାର ପାଖରେ।
ଜାଣେ, କୁମ୍ଭାର ନୁହଁ
ଦରଜି କି ଡାକ୍ତର।
ଜାଣେ ନା ଆଉ
କଣ କଣ ଅଛି
ଆଉ ଅଛି କେତେ
ପ୍ରକାରର।
କିନ୍ତୁ ଅଛି ଆଉ
ଅଛି ମୁଁ ।

କହୁ ନି ଅଛି।
ଅନୁମାନ ବି
ପାରିବ ନି କରି
କେତେ ପାଖରେ କି
କେତେ ଦୂରରେ ତୁମଠୁ।

ସତ୍ୟ କିନ୍ତୁ ଅଛି
ଆଉ ଅଛ ତୁମେ,
ଅଛି ମୁଁ।

Friday, November 24, 2017
Topic(s) of this poem: love,truth
COMMENTS OF THE POEM
Kshirod Kumar Dehury 24 November 2017

beautiful poem.i like it.love, truth poem thanks for sharing.10++++

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success