ଉଡୁଥିଲା ପ୍ରଜାପତି Butterfly Was Flying Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଉଡୁଥିଲା ପ୍ରଜାପତି Butterfly Was Flying

ଭଲକରି ନାଆ
ଗଜାନନ ମିଶ୍ର

ଯେତେ କହିଲି
ଭଲ କରି ନାଆ ବାହା
ଶୁଣିଲା କି ନ ଶୁଣିଲା ନାଉରୀ
ମତେ ନାଇଁ ଜଣା
ନଉକା ଟଳମଳ ହେବା
କମିଲା ନାଇଁ
ଭୟ ଆହୁରି ଚାପି ଆସିଲା
ଆକାଶସାରା ଭର୍ତ୍ତି ହେଲା
ମେଘ ବିଜୁଳି
ସମୁଦ୍ର ନଦୀ ହ୍ରଦ ଥିଲା
ଜଳହୀନ ଆଉ ପୂରା ଶୁଖିଲା
କିଏ କିଏ ଥିଲୁଁ ଆମେ
ଆଉ କରୁଥିଲୁ କଣ
ତୁମେ ପଚାରିବାର କି
ମୋର କହିବାର ନାଇଁ ପ୍ରୟୋଜନ
ଅଳିଆଗଦା ଭରି ଥିଲା
ମନ ହୃଦୟ ଆଉ
ଫୁଟୁ ନ ଥିଲା ସ୍ୱପ୍ନ
ଲକ୍ଷ୍ୟକୁ ରଖି ହେଉ ନ ଥିଲା ସ୍ଥିର
ଅନ୍ଧାରିଆ ଝଡ ଉଠୁଥିଲା
ଥରକୁ ଥର ଭିତରୁ
ଅର୍ଥ ଆଉ ଅନର୍ଥ ଫରକ
ଜଣା ନ ଥିଲା କିଛି
ବୁଝା ପଡୁ ନ ଥିଲା
କଣ ଥିଲା କୋଉଠି କେମିତି
ଅନେକ କଥା ଆହୁରି
ରହିଥିଲା ବାକି
ନ ଥିଲା ସ୍ମୃତି
କହି ହେଉ ନ ଥିଲା
କୁଆଡେ ଘୂରୁ ଥିଲା ଦୃଷ୍ଟି
ହେଉ ନ ଥିଲା କିଛି ସଜାଡି
କାଁ ଭାଁ କୋଉଠି
ଉଡୁଥିଲା ଯଦିଓ ପ୍ରଜାପତି।

ତପୋବନ,ଟିଟିଲାଗଡ,ବଲାଙ୍ଗୀର
19/09/2020

Saturday, September 19, 2020
Topic(s) of this poem: life
POET'S NOTES ABOUT THE POEM
Language - odia
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success