ଚଉକି Chair Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଚଉକି Chair

Rating: 5.0

ଫଟା ଚଉକି
ଗଜାନନ ମିଶ୍ର

ଫଟା ଚଉକି,
ଚିନ୍ତା ନାଇଁ।
ଫଟା ହେଲେ ବି
ଏଇଟା ଲକି।
ଲକି ନୁହନ୍ତି
ଯଦିଓ ଜଣେ ବି
ମଣିଷ ସାଥୀ ।
ଏ ଦୁଇଗୁଡିଆ
ଚାରି ଦଉଡି କଟା,
ତଥାପି ସଂଖ୍ୟା ଖେଳର
ତାଙ୍କଠି ହିସାବ ।
ବଦଳାଇବାକୁ ପଡୁଛି
ବଢିଗଲେ ଚର୍ବି ।
ଚଉକିର ବଢିବାର ନାଇଁ,
ଫଟାଫଟି ଛିଡାଛିଡି
ନ ଚଳିବ ନାଇଁ।
ନିଜକୁ ନିଜ
ଆୟତ୍ତରେ ହେଉ ନି
ରଖି କେବେ କେବେ,
ଆଉ ହେଉ ନି ଯାଇ
ସନ୍ଦେହଠୁ ଦୂରକୁ।
ଭଲମନ୍ଦ ସବୁକୁ
ତଉଲି ପୁଣି
ଯିବାକୁ ଅଛି ଆଉ।
ଚଉକିଟା ଥାଉ,
ଏଇଠି ଥକାଟା ଯାଉ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
1/6/2019

POET'S NOTES ABOUT THE POEM
Language - odia,script - brahmi,it is about greed for power
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success