ଝଟକା
ଗଜାନନ ମିଶ୍ର
ଗୋଟେ ଗୋଟେ ଝଟକାରେ
ସାରା ଖଣ୍ଡମଣ୍ଡଳ ହୁଲସ୍ତୁଲ।
ଗୋଟେ ଗୋଟେ ଝଟକାରେ
କାହାର ପୁଷମାସ ତ
ଆଉ କାହାର ସର୍ବନାଶ ।
ମାର ତାଳି, ଦିଅ ହୁଳହୁଳି,
ଠୋସ କାମକରି ନିର୍ଲିପ୍ତ ଭାବରେ।
ମାର ତାଳି, ଦିଅ ହୁଳହୁଳି,
ବିଜୟ ସୁନିଶ୍ଚିତ ତୁମର
ଏଠାରେ ଏତେବେଳେ।
ଏ ମାଟି କାହାର? ଏ ଜୀବନ
କେମିତି ଏଠାରେ? ଆଉ ଆଉ
କହିଲାବେଳେ କଥା ସ୍ପଷ୍ଟ ଚିତ୍ର
ରଖାହେଉ ସଭିଙ୍କ ସାମ୍ନାରେ,
ସଭିଙ୍କ ହିତ ହେଉ ସେଥିରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
5/8/2019
This poem has not been translated into any other language yet.
I would like to translate this poem