ନଭେ ରଙ୍ଗ ରହିଲା
ଗଜାନନ ମିଶ୍ର
ତାଲାବନ୍ଦ
ଦ୍ୱାରବନ୍ଦ
ଯିବା ଆସିବା ବନ୍ଦ।
ଗର୍ଭବାସ
ଗୃହବାସ
ହଂସେ ଲାଗିଛି ଫାଶ।
ଆତ୍ମାବାଟ
ଥାଟନାଟ
ସ୍ପର୍ଶ ଗନ୍ଧ ଶବଦ।
ଜ୍ୟୋତିଜ୍ୱାଳା
ପୂରାମେଲା
ବାହାରିଲା ଭ୍ରମିଲା।
ସୂର୍ଯ୍ୟଚନ୍ଦ୍ର
ଏକଇନ୍ଦ୍ର
ହୋଇଗଲେ ଠୁଉଳ।
ଦିନରାତି
ଗଲାବିତି
ଝଡିଗଲା କମଳ।
ଏ କି ହେଲା
ରୋଗ ଗଲା
ଶୂନ୍ୟ ଶୂନ୍ୟ ବୋଇଲା।
ଗତି କାହିଁ
ଦୀନ ମୁହିଁ
ନଭେ ରଙ୍ଗ ରହିଲା।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
25/03/2020
This poem has not been translated into any other language yet.
I would like to translate this poem
In sky colour is stuck. We have to stay in Lock Down. Safety is necessary. All should stay away from Corona virus. An amazing sharing is done really.