ଭାବିବା ଆସ
ଗଜାନନ ମିଶ୍ର
(ମୁଁ ଯେବେ ଯିବଇଁ ପଳାଇ, କେ ମୋତେ ପାରିବ ଗୋଡାଇ- ଜଗନ୍ନାଥ ଦାସ)
କିଏ ପଳେଇବ?
କୋଉଠିକି ପଳେଇବ?
ଏଇଠୁ କାହାର ମୁଣ୍ଡରେ
ପଶିବ କିସ, ଭାବିବା ଆସ।
ଦଶ ପନ୍ଦର ହୁଅ ମେଳି,
ଭିଆଅ ଗୋଟେ ଗୋଟେ କଳି।
କଳିର ମୂଳରେ ମୁଁ ମୁଁ ମୁଁ,
କାହାକୁ କେ ଟାଣୁଛି ଶୂନ୍ୟୁ।
ପୁଣି ପୁଣି ରହୁଛି ପଛେ,
ରୂପ ରହିଛି ଗଛେ ଗଛେ।
ଗଛଟା ଏଠି କଳ୍ପନାର
ରକତ ମାଂସ ଜରଜର।
ଭୟରେ କାତର ଶରୀର
ମାୟା ସଂସାର ଅନ୍ଧକାର ।
This poem has not been translated into any other language yet.
I would like to translate this poem