ରଙ୍ଗ ଦେଖିବାକୁ ଆସ Come To See The Colours Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ରଙ୍ଗ ଦେଖିବାକୁ ଆସ Come To See The Colours

Rating: 5.0

ଗାଳି
ଗଜାନନ ମିଶ୍ର

1

ଦିଅ, ଦିଅ, ଗାଳି ଦିଅ,
ଆହୁରି ଆହୁରି ଗାଳି,
ଦିଅ, ଦିଅ।
ଚୋର, ତସ୍କର,
ରକ୍ତଚଖା ନଟବର,
ଗୈରିକ ପାଗଳ,
ମିଛୁଆ, ଖଚୁଆ
ଲଂପଟ ନାଗର।
ଦିଅ, ଦିଅ, ଦିଅ ଗାଳି,
ତୁମ ଗାଳି ଫେରୁଛି
ତୁମଠିକୁ ଦେଖ,
ଆଉ ଏଠି ମୁଁ
ମାରୁଛି ତାଳି।

2

ଦିଅ ଦିଅ
ଆଉ ଆଉ ଦିଅ,
ମୋ ମାଟି କସମ
ସାରା ଜଗତରେ
ଝଲସାଇ ଦେବି ଏକଦମ।
ରଖିବି ତୁମ ସଭିଙ୍କୁ,
କହିବ ବଳେ ଏକ ନମ୍ୱର।
ଆରେ ହେ ପ୍ରିୟ ଶତ୍ରୁ ମୋର
ଦୟା ଆସୁଛି, ପାରୁ ନ ବୁଝି,
ଛାଡି ପାରୁ ନ ନୀଚ ସ୍ୱାର୍ଥ।
ମା ପୁଅ, ମା ଝିଅ,
ଯେତେ ଚିହ୍ଲାଅ, ଛାଡିଲେ ସତ୍ୟ
ପାଇବ ନି ଆଲୁଅ।

3

ଆସ, ଆସ,
ରଙ୍ଗ ଦେଖିବାକୁ ଆସ,
ଠିଆ ସାମ୍ନାରେ ଆକାଶ।
ଫଟୋ ଉଠାଅ,
ଦେଖ ଯୋଡି
ବାଘ, ସିଂହ।
ଆରେ ହେ, ଏତେ
ଏତେର ଅଛି କି ପଟାନ୍ତର।
ଭାଷା ବଦଳାଅ,
ରଖ ନିଜକୁ ନିଜ ଆୟତ୍ତରେ।
ଆରେ ହେ, ଗ୍ରହଣ କରି ନିଅ
ନୂଆ ସମୟ, ନାଇଁ ତ
ଫିଙ୍ଗିଦେବ ଏଇଟା
କାହିଁ କେଉଁଆଡେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
23/5/2019

Thursday, May 23, 2019
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success