ବାତ୍ୟା ତାଣ୍ଡବ
ଗଜାନନ ମିଶ୍ର
ଆସୁଛି ବାତ୍ଯା,
ତୁତୁଲ ହେଉ କି ତିତିଲ
ଆସୁଛି ତ!
ସମ୍ଭାବ୍ଯ ବାତ୍ଯାକୁ
ଆଖିରେ ରଖି
ବନ୍ଦ ଭାଷା, ଆଉ ବନ୍ଦ
ଭାଷା ପାଇଁ କଳାପତାକା।
ସମ୍ଭାବ୍ଯ ବାତ୍ଯାକୁ
ଆଖିରେ ରଖି
ସମୁଦ୍ରକୁ ବାରଣ
ସମସ୍ତଙ୍କୁ।
ସମ୍ଭାବ୍ଯ ବାତ୍ୟାକୁ
ଆଖିରେ ରଖି
ଲୋକଙ୍କୁ ନେଇ
ରଖାଗଲାଣି ସୁରକ୍ଷିତ
ଜାଗା ମାନଙ୍କରେ।
ସମ୍ଭାବ୍ଯ ବାତ୍ଯାକୁ
ଆଖିରେ ରଖି
ରଖାଗଲାଣି ମୂଢି
ଚୂଡା ଯଥେଷ୍ଟ।
ସମ୍ଭାବ୍ଯ ବାତ୍ଯାକୁ
ଆଖିରେ ରଖି
ସତର୍କ ହେଉ କି ହେଉ
ଆତଙ୍କ ସୃଷ୍ଟି କରାଗଲାଣି
ଟିଭିରେ ଦୈନିକ ଖବରକାଗଜରେ।
ସମ୍ଭାବ୍ଯ ବାତ୍ୟାକୁ
ଆଖିରେ ରଖି
କର୍ମକ୍ଷେତ୍ରକୁ ଗଲେଣି
ସମସ୍ତେ ଢେର ଆଗରୁ।
ସମ୍ଭାବ୍ଯ ବାତ୍ୟାକୁ
ଆଖିରେ ରଖି
ଜଡିଗଲେଣି ଲୈଲାମଜନୁ।
ସମ୍ଭାବ୍ଯ ବାତ୍ୟାକୁ
ଆଖିରେ ରଖି
ଶାସକ ଆଉ ବିରୋଧି
ଛକି ବସିଲେଣି
ନିଜ ନିଜ ସୁବିଧା ମାରିବାକୁ।
ସମ୍ଭାବ୍ଯ ବାତ୍ୟାକୁ
ଆଖିରେ ରଖି
ବନ୍ଦ କରିଦେଲେଣି
ପକ୍ଷୀମାନେ, ଉଡାଜାହଜମାନେ
ଆଉ ମନମାନେ ଉଡିବା।
ସମ୍ଭାବ୍ଯ ବାତ୍ୟାକୁ
ଆଖିରେ ରଖି
ସ୍ୱପ୍ନମାନେ ଗଲେଣି ଶୋଇ।
ବାତ୍ଯା ଆସିବାର ଅଛି କାରଣ,
ନ ଆସି ଘୁଂଚି ନ ଯିବ କିଏ କହିବ!
This poem has not been translated into any other language yet.
I would like to translate this poem
The cyclone named Titli is coming, let all stay alert. In life everyday we should stay cautious to face so many problems