ସବୁ ଲାଗେ ପିତା
ଗଜାନନ ମିଶ୍ର
ସବୁ ଲାଗେ ପିତା
ଭାଇବିରାଦରୀ କଣ ପାଇଁ?
ବିପଦିଆ ସରକାର
ଘୋଷଣା କରେ
ବେଶୀ ମଦବିକିଲେ
ବେଶୀ ପୁରସ୍କାର ।
ପାନରୁ ଚୁନ ଖସିଲେ
ଶଶୁର ଶଳା ବେକାର।
କଣ କିହୋ!
ଧାନବାଲା ବେକରେ
ରଶି ଦେଲା,
ପିଆଜବାଲା ଭଲମନ୍ଦ
ବୁଝିବାକୁ କୁମୁଡାପାହାଡକୁ
ହିମାଳୟ ଭାବିଲା।
ଆତଙ୍କବାଦୀଟା
ମନ୍ତ୍ରୀ ହେଲା,
ବେଧୁଆ ହେଲା
ଅଫିସର ଅମଲା।
ଆରେ ଶଳା,
ଦେଶଟା କୁଆଡେ ଗଲା!
ଟେନସନ ରହିଲା
ଜୀବନସାରା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
1/12/2019
This poem has not been translated into any other language yet.
I would like to translate this poem