1.
ନେବି କାହାକୁ ସାଥୀରେ?
ରାଜି ହେବ ବି କିଏ ଯିବାକୁ
ଶେଷ ଯାଏ ମୋ ସାଥୀରେ?
ବାଟସାରା ତେଢାମେଢା ପଥର,
ଡହଡହ ନିଅଁ ଅଙ୍ଗାର,
ଆଉ ଚାରିଆଡ ଅନ୍ଧାର।
କିଏ ନିଜର?
2.
ନଈ ସମୁଦ୍ର ଏକ,
ନାହିଁ କୂଳକିନାରା।
ମାଛ କି ଛେଳି ନାହିଁ ଗୋଟିଏ।
ଆସିବାଯିବା କଷ୍ଟ।
ମାଟି ଚାଖଣ୍ଡେ ନାହିଁ ପାଦ ଥାପିବାକୁ।
ଭାଷା ନାହିଁ ପଦୁଟିଏ କହିବାକୁ।
ମର।
This poem has not been translated into any other language yet.
I would like to translate this poem
Though, independent and free, no mother language is used even in justice delivery system in our state, and we are in dark.