ଡାଏରୀ Diary Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଡାଏରୀ Diary

Rating: 5.0

ଥାଏ କଣ ଏଠି?
ଖୋଜିଲେ ମିଳେ
କିଛି ମୁଢି ମିକ୍ଚର
ମୁଗଫୁଲି ଆଉ
ହେଉଥାନ୍ତି ବି ସେଠି
କେତେକଣ ରଡାରଡି
କେତେଜଣ ଆତଙ୍କବାଦୀ!

ଆଇଶାନୀ
ପଢୁଥାଏ ତିନି,
ପଡୁ ନ ଥାଏ ଆବଶ୍ୟକ
ଢୋଲ ଗିନି।
ମାସିକିଆ ପିଲାର
ଆଖିରେ ନାଚିବା
ଆରମ୍ଭ କରୁଥାଏ ପୁତଲି।

ବାଘ ମରୁଥାନ୍ତି
ନିଜ ନିଜ ଘରେ।
ଫଁ ଫଁ କରୁଥିବା ସାପ
ପୋଡା ହେଉଥାନ୍ତି
ଡଙ୍ଗର ତଳେ।
ଚାଲିଥାଏ ଲେଖା ଜୀବନ
ପବନର କାରସାଦିରେ।

ସବୁ ଲାଗେ
ଆଉ ଲାଗୁଥାଏ ତୁଚ୍ଛ,
ରଙ୍ଗହୀନ, ଶବ୍ଦହୀନ।
ଧକ୍ ଧକ୍ କରୁଥାଏ ହୃଦୟ
ସକାଳୁ ସଂଜ।
ପ୍ରୀତି ଥାଏ ବହୁତ ଦୂରରେ,
ନ ଥାଏ ସମୟ ପୂଜା ପାଇଁ
କାହାରି ପାଖରେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
9/7/2019

Monday, July 8, 2019
Topic(s) of this poem: life
POET'S NOTES ABOUT THE POEM
Language - odia,script - brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success