ସକାଳର ସୂର୍ଯ୍ୟ ଆସିବା ପୂର୍ବରୁ
କଅଣ କଇଁ ତୁମେ ମଉଳି ଯିବ?
କେତେ ଦିନରୁ ପଙ୍କ ଭିତରେ
ଲୁଚେଇ ରଖିଛ ନିଜକୁ
ସାଇତି ରଖିଛ ମୂଳ ପିଣ୍ଡକୁ
ଅସରାଏ ବର୍ଷା ପାଇ ଜିଇଁବାକୁ
ଆଶା ରଖିଛ ମୁଁ କଅଣ
ଦୁନିଆକୁ ଜଣେଇ ଦେବାକୁ
ସତରେ କଅଣ ଲୁପ୍ତ ହୋଇଯିବ?
ଗାଡ଼ିଆ ଭିତରେ ସୁପ୍ତ ଦାନବ
ଜଗି ବସିଛନ୍ତି ଫୁଟେଇ ନ ଦେବାକୁ
ହେ କଇଁ! ତୁମେ ଲୁଚି ରୁହ ଆଉ କିଛି ଦିନ
ନଚେତ, ଏମାନେ ତୁମର ମୂଳ ପିଣ୍ଡକୁ
ଖାଇ ନଷ୍ଟ କରିଦେବେ
ଠିକ ସକାଳ ଆସିବାକୁ ଅପେକ୍ଷା କର I
*******************
ଡ଼କ୍ଟର ବେଦଦ୍ୟୁତି ସାହୁ
କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
[email protected]
This poem has not been translated into any other language yet.
I would like to translate this poem