ପ୍ରଶମିତ ସୂର୍ଯ୍ୟଙ୍କର ଲୋହିତ ଅରୁଣିମା
ପକ୍ଷୀ ମାନଙ୍କର ନୀଡ ବାହୁଡା
ସ୍କୁଲ ପିଲା ବସ୍ତାନି କାନ୍ଧରେ ପକେଇ
ଖାଲିପାଦରେ ନାନାବାୟା ଗୀତ ଗାଇ
ସାଥି ମେଳରେ
ଡେଇଁ ଡେଇଁ ବଇଂଚ କୋଳି ଖାଏ
ଗାୟାଳ ପିଲା ଗୋରୁ ପଲହ ଧରି
ଗାଆଁକୁ ଫେରେ
ସଞ୍ଜ ହେଲେ ବୃନ୍ଦାବତୀକୁ ସଞ୍ଜ ଦେବାକୁ
ବୁଢ଼ୀ ମା ଡାକ ପକାଏ
ଦିନ ତମାମର କ୍ଲାନ୍ତି ମେଣ୍ଟେଇବାକୁ
ଖଟିଖିଆ ବୃଦ୍ଧ ଲୋକମାନେ
ଭାଗବତ ଟୁଙ୍ଗି ଯାଇ ନିଜକୁ ବିରତି ଦିଅନ୍ତି
କର୍ମମୟ ଜୀବନରୁ ଦିନାଣ୍ଡର ଆଗମନରେ
*********************
ଡ଼କ୍ଟର ବେଦଦ୍ୟୁତି ସାହୁ
କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
[email protected]
This poem has not been translated into any other language yet.
I would like to translate this poem