ମାଟି ଭିତରେ ଆକାଶ
ଗଜାନନ ମିଶ୍ର
ମାଟି ତଳେ ତଳେ ଥା,
ମାଟି ତଳେ ତଳେ ଯା।
ମାଟି ଆଉ ମାଟି ତଳ
ସେଇଠି ସରଗ
ସେଇଠି ପାତାଳ।
ପବନ ନିଆଁର
ନାଇଁ ଚଳାଚଳ।
ଅନ୍ଧାର ଆଲୁଅର
ନାଇଁ କପାଳ।
ଏ ଚୋର ଦଳ
ମାଟିକୁ ବି
କରି ଚାଲିଛନ୍ତି ଫାଳ!
ମାଟି ତ ମାଟି,
ପ୍ରକାର ପ୍ରକାର ମାଟି,
ରଙ୍ଗରଙ୍ଗିଆ ମାଟି,
ମାଟିରୁ ମାଟି,
ଏ ଚୋର ଦଳ ବି
ମାଟିକୁ ଦେଉଛନ୍ତି ଚାଟି।
ମାଟି ପାଇଁ
କହୁଛନ୍ତି ଥୋକେ
କୁଆଡେ ଖୋଲୁଛି ପାଟି।
ମାଟିର ଯାଏ କିସ?
ସେଇଠୁ ଆରମ୍ଭ ସବୁ
ସେଇଠି ତ ସବୁ ଶେଷ!
ସେଇଠି ବି ସବୁ
ଅବଶେଷ, ଅବଶୋଷ।
ମାଟି ଉଠିଲେ
ବୁଆ ଗୋ
ବନ୍ଦ ସବୁ ନିଶ୍ୱାସପ୍ରଶ୍ୱାସ ।
ମାଟିକୁ ଛୁଇଁ ଛୁଇଁ
ସଦା ଯା ଆସ
ନିଜ ଭିତରକୁ ।
ମାଟିରେ ଇ ପାଣି,
ପାଣି ଇ ମାଟି,
ଆଉ ମାଟିରେ
ସବୁ ଆଉ ସବୁ
ଆଉ ସମସ୍ତେ
ସମୁଦ୍ର ସମୁଦ୍ର।
ମାଟିମୁହାଁ
ଜାବୋଡି ଧରିଥାଏ
ମଣିଷ
ନିଜ ଭିତରେ
ସମଗ୍ର ଆକାଶ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
9/5/2019
2
ସେଇ ନଡିଆ ବାହୁଙ୍ଗା
ଗଜାନନ ମିଶ୍ର
ଖସିବି ଖସିବି ହେଉଛି,
ଖସୁ ନି,
ସେଇ ନଡିଆ ବାହୁଙ୍ଗା।
ଖସିଲେ ଯେ କିଛି
ଲାଭ ହେବ ମୋର
ଏମିତି ବି ତ ନାଇଁ।
ନଡିଆ ବାହୁଙ୍ଗା ଉପରେ
ସଭିଙ୍କର ନଜର
ପଡୁଛି ଅବଶ୍ଯ ।
ଲଟକି ରହିଛି,
ଆହୁରି ରଖିଛି ଇଚ୍ଛା
ରହନ୍ତା ରହିଥାନ୍ତା
ଏମିତି!
ଧନ୍ୟ କହିବ ଗଛକୁ।
ଏତେ ବାତ୍ୟା ପବନ
ଆଉ ହେଲା ବର୍ଷା ବି।
ଧରିଲା ନି ଖସିବାର ନାଁ।
କେତେ ଘର ଭାଜିଲା,
କେତେ କଣ ଗଛ
ନ ଭାଙ୍ଗିଲା
ନ ଉପୁଡିଲା! !
ମନ୍ଦିରର ନେତ ବି
କାହିଁ କୁଆଡେ ପଳେଇଲା!
ସେଇ ନଡିଆ ବାହୁଙ୍ଗା
ସେମିତି ସେଇଠି ପୂର୍ବପରି
କେତେମତେ ବେସୁରା
ଗାଇ ଚାଲିଥିଲା ଗୀତ।
ଆଉ ସେ ଗୀତରେ
ଝରି ଯାଉଥିଲା କେତେ
ବ୍ୟଥା କେତେ ବେଦନା।
ସେଇ ନଡିଆ ବାହୁଙ୍ଗା,
ହଁ, ସେଇ ନଡିଆ ବାହୁଙ୍ଗା
ତଥାପି ଅଛି ସେଇଠି
ଯେମିତି ଥିଲା,
ଥିବା ନ ଥିବାରେ
ଫରକ ପଡୁ ନ ଥିଲା
କାହାରି ଯଦିଓ।
କଣ କରୁଥିଲା ସେଇଠି ଅଲଝି?
ଦିନ ଯାଇ ଆସୁଥିଲା ରାତି,
କେହି ପାରୁ ନ ଥିଲା ବୁଝି।
ତପୋବନ, ଟିଟିଲାଗଡ, ବଲାଙ୍ଗିର
8/5/20192
This poem has not been translated into any other language yet.
I would like to translate this poem