ଶତ୍ରୁ ମାଟିର Enemy Of The Earth Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଶତ୍ରୁ ମାଟିର Enemy Of The Earth

Rating: 5.0

ମାଟିର ଶତ୍ରୁ
ଗଜାନନ ମିଶ୍ର

1
ଏ ଶଳେ
ଖାଉଚନ୍ତି ଆମର
ଗୁଣ ଗାଉଛନ୍ତି
ଆମ ଶତ୍ରୁର।

ଆମ ଶତ୍ରୁ
ଯିଏ ଆମ
ପୂର୍ବପୁରୁଷଙ୍କୁ
ବନ୍ଧୁକଗୁଳିରେ ମାରିଛି,
ଦେଇଛି ଫାଶି
ଲୁଟ କରିଛି
ଆମ ମାନ ଇଜ୍ଜତ
ପରିଚିତି,
ଧନଜନ ଗୋପଲକ୍ଷ୍ମୀ।

ଏ ଶଳେ
ଭୁଆଁ ବୁଲାଇ ବୁଲାଇ ଆମକୁ
ନିଃଶେଷ କରିବାରେ ବ୍ୟସ୍ତ,
ବେଧ ଛୁଆ କୋଉଠାର!
ଆଉ ଆମେ ଜୟ ଜୟକାର
କରିଚାଲିଛୁଁ ଘରେ ବାହାରେ
ଆଇନକୁ ସମ୍ବିଧାନକୁ
ଫୁ କରି ଉଡାଇଦେଇ
ଆଉ କୁଆଡେ।

ଆମେ ଇ ଆମର ଶତ୍ରୁ,
ଆମ ମାଟିର ଶତ୍ରୁ,
ଆମ ରକ୍ତର ଶତ୍ରୁ ।

2

ହଁ, ଅଛ ତୁମେ,
ଅଛ କେବଳ
ଖାଦ୍ୟ ପାଇଁ।
ଅଛ, ଅଛ,
ଦେଖିଲାବେଳକୁ
ନାହଁ, ନାହଁ।
ଖାଉଛ ଖାଦ୍ୟ,
ଆଉ ତୁମେ ନିଜେ
ଗୋଟେ ଖାଦ୍ୟ।
ଖାଦ୍ୟ ଯିଏ
ଖାଦକ ସିଏ।
ଗୋଲେଇରେ
ଗୋଲ ଗୋଲ ଖେଳ
ଏଠାରେ।
କେମିତି କଣ
ନ ପଚାର।
ଦେଖ ଆଉ
ଅନୁଭବ କର,
ଜାଣ ସତ୍ୟ।
ସତ୍ୟ- ନୁହଁ
କିଛି ବି।
ବଂଚ, ବଂଚିଯାଅ
ମରିବାକୁ ଏଇଠି।
ମାନେ ନାଇଁ
ସୁନ୍ଦର ଆଉ
ଅସୁନ୍ଦର।
ସବୁ ଆଲୁଅ
ସବୁ ଅନ୍ଧାର।

ତପୋବନ, ଟିଟିଲାଗଡ, ବଲାଙ୍ଗିର
21/6/2019

Friday, June 21, 2019
Topic(s) of this poem: earth
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success