'ଭୋ ତାତ ଧର୍ମେ କର ଚିତ୍ତ
ଅଧର୍ମେ ନ ବୁଡୁ ଜଗତ'
ଘୋର ଅନ୍ଧକାର
ମେଘ ମେଘ ମେଘ!
ମେଘର ଖେଳ
କାଳ କାଳ
ତଥାପି ଜୀବନରେ
ଭରପୁର ଫୁଲଫଳ।
ଜୀବନକୁ ତଳେଇ ଦେଖ
ତଳେ ନ ରଖ,
ଶତ୍ରୁ ମିତ୍ରଠୁ ଢେର ଉପରେ
ଏଇ ଜୀବନ।
ଏଇ ଜୀବନ ପାଇଁ
ତାତ ମାତ ଜଗତ,
ଜଗତସାରା ରଙ୍ଗୀନ ଆଲୁଅ
ହସଖୁସିର ସୁଅ।
This poem has not been translated into any other language yet.
I would like to translate this poem
ଭୋ ତାତ ଧର୍ମେ କର ଚିତ୍ତ ଅଧର୍ମେ ନ ବୁଡୁ ଜଗତ'.......very valuable lines. A beautiful poem is well executed. Thanks for sharing.