ବିଶ୍ୱାସ Faith Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବିଶ୍ୱାସ Faith

Rating: 5.0

ବିଶ୍ୱାସ
ଗଜାନନ ମିଶ୍ର

ସମୁଦ୍ର ସମୁଦ୍ର ବିଶ୍ବାସ,
ଉବୁକା ମାରି ଉଠିଆସି
ମୋ ଭିତରୁ ବ୍ୟାପିଯାଏ
ସସାଗରା ଧରା ତୁମଯାଏ।
ଆଉ ତୁମେ ତୁମଠି
ପାରୁ ନ ଜାଣି କେମିତି
କେତେ ନିଃସ୍ୱ, କେତେ
ପ୍ରେମଶୂନ୍ୟ, କେତେ ଆଉ କଣ।
ତଥାପି ମୁଁ ମୁଠା ମୁଠା
ସ୍ୱପ୍ନ ଧରି ରହିଛି ମୋରି
ଆଲୁଅରେ ଆହୁରି ଆଗଠୁ
ଶକ୍ତ, ଶାନ୍ତ, ଉଜ୍ଜ୍ୱଳମୟ।
କରୁଛି ଅନୁଭବ ନୁହଁ ମୁଁ
ଫୁଙ୍ଗୁଳା, ନୁହଁ ଅସୁନ୍ଦର,
ନୁହଁ ଅଜ୍ଞାନ, ବରଂ ଅଛି
ଆଗଠୁ ଢେର ଢେର
ଆନନ୍ଦ ଭିତରେ ସିଧା ସଳଖ।
ଏ ପୃଥିବୀ ମୋର,
ଏ ପୃଥିବୀର ସମୁଦ୍ର ଆକାଶ
ପାଣି ମାଟି ପବନ ଆଲୁଅରେ
ମୁଁ ହିଁ ବିଦ୍ୟମାନ,
ମୁଁ ହିଁ ରଚୁଛି, ଆଉ
ମୁଁ ହିଁ ଶୁଣୁଛି ମୋରି ଗାନ
ଦେବି ବୋଲି ଭାବି ଭାବି
ତୁମକୁ ଉପଯୁକ୍ତ ସ୍ଥାନ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
3/6/2019
କଲିକତାରେ ।

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success