Farmer Hadu Of Bargarh ବରଗଡର ଚାଷୀ ହାଡୁ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

Farmer Hadu Of Bargarh ବରଗଡର ଚାଷୀ ହାଡୁ

Rating: 5.0

ବରଗଡର ଚାଷୀ ହାଡୁ ମଲା,
କାହାର କଣ ଗଲା?
କିଏ କହିଲା-
ସ୍ତ୍ରୀ ସହିତ ଝଗଡା ଥିଲା,
ଆଉ କିଏ କହିଲା-
କିଡନୀ ଫେଲ ଥିଲା.
ମାନିବାକୁ ତୟାର ନ ଥିଲା
ସରକାର ଯେ ବିଗିଡି ଯାଇଥିଲା
ହାଡୁର ଚାଷ ଆଉ
ଜଣା ପଡି ନ ଥିଲା କାହାକୁ,
ଜଣା ପଡିଥିଲେ ଋଣ ଛାଡ
କରି ହୋଇଥାନ୍ତା,
ବିହନ ସାର ଘରକୁ ନେଇ
ରଖି ହୋଇଥାନ୍ତା,
ଭୋକରେ ମରୁଛି ଜାଣିଥିଲେ
ରନ୍ଧା ଭାତ ହାଣ୍ଡିଏ, ଡାଲମା
ବାଲଟିଏ ପଠାଇଦେବାରେ
ନ ଥିଲା ଅସୁବିଧା ।
କିଛି କିନ୍ତୁ ହେଲା ନି କରି,
ଏ ହାଡୁର ଏମିତି କିଆଁ ମରିବାର ଥିଲା?
ଆଉ ଯଦି ଥିଲା ସରକାରକୁ ଏତେ
ହିନସ୍ତାରେ ପକାଇବାର କଣ ଥିଲା?
ସରକାର କଣ କାହାର ଖାଇଥିଲା
କି ପିଇ ଥିଲା କି ନେଇଥିଲା? ?
ସବୁକୁ ଆଣି ସରକାର ମୁଣ୍ଡରେ
ଅଜାଡି ଦେଇ, ନାହିରେ ତେଲ ପକାଇ
ଶୋଇ ପଡିଲେ, ହାଡୁ କଣ
ବଂଚି ଆସିବ? ବୁଝୁ ନାହାନ୍ତି ଲୋକ ।
ସାଇଭାଇ ମିଶି ହାଡୁକୁ
ସାହାଯ୍ୟ କରିଥିଲେ, କଥାଟା ବି
ଆସି ନ ଥାନ୍ତା ଏତେଦୂର ।

Saturday, March 18, 2017
Topic(s) of this poem: hunger
POET'S NOTES ABOUT THE POEM
HUnger death is common in Odisha at present, the Govt has annoounced 2Rs rice kilo and 5Rs boiled rice and dal though. The farmers are committing suicide as the Govt is not taking much interest with their problems. The Govt of Odisha also not caring the law of the land and using foreign language always everywhere and keeping the people in dark, democratic set up is here though.
COMMENTS OF THE POEM
Gajanan Mishra 18 March 2017

Death by farmers in Odisha is common now a days

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success