ଏତେ କଥାରେ
ଗଜାନନ ମିଶ୍ର
ଆରେ ବାପ୍ ରେ ବାପ୍
ଏତେ କଥା
ଏ ବୋତଲରୁ ଗିଲାସେ ପାଇଁ!
ଖୋଲ ଠିପି
ଢାଳ ଫଟାଫଟ୍
ଏତେ କଥାରୁ
କଣ ମିଳିବ ଗୋସେଇଁ!
ଚାଖନା ଚିକେନ ତ ଥୁଆ
ଦେଖୁଛ ଆଗରେ ।
ସିଗାରେଟ ଆଉ
ଚିଲମ ବି ଅଛି।
ମାଲ୍ ବି
ପ୍ରସ୍ତୁତ ଭିତରେ!
ଖ ପିଅ
ମସ୍ତିକର ଆଉ
ଭାଗବଣ୍ଟା ଛିଣ୍ଡେଇ
ଶୋଇଯାଅ ଆରାମରେ ।
କିଏ କଣ କହିଲା
କି ନ କହିଲା
ଲାଭ କଣ କୋଉ କଥାରେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
14/12/2019
This poem has not been translated into any other language yet.
I would like to translate this poem